www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଦୁବାଇ ଗସ୍ତରେ। ଏଠାରେ ସେ ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକ, ସମ୍ମିଳନୀ ସିଓପି-୨୮ରେ ଯୋଗ ଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି ।
ଏହି ସମ୍ମିଳନୀ ସିଓପି-୨୮ର ଏକ ଅଂଶବିଶେଷ । ସଂଯୁକ୍ତ ଆରବ ଏମିରେଟ୍‌‌ସ ଅଧ୍ୟକ୍ଷତାରେ  ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସିଓପି-୨୮ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ ସକାଶେ ସଦସ୍ୟ ଦେଶଗୁଡ଼ିକୁ ସେମାନଙ୍କର ମତାମତ ଉପସ୍ଥାପନ କରିବାକୁ ସୁଯୋଗ ପ୍ରଦାନ କରିବ। ଗ୍ଲାସ୍‌‌ଗୋରେ ସିଓପି-୨୬ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚାମୃତ ନାମକ ୫ଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ରଣକୌଶଳର ତାହା ଏକ ଅଂଶବିଶେଷ ଥିଲା ।
ସେହି ସମୟରେ ପ୍ରଧାନମନ୍ତ୍ରୀ ମିଶନ ଲାଇଫ୍‌‌ ‘ଷ୍ଟାଇଲ୍‌‌ ଫର୍‌‌ ଏନ୍‌‌ଭାଇରନ୍‌‌ମେଣ୍ଟ’ର ଘୋଷଣା କରିଥିଲେ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରମୁଖ ପ୍ରସଙ୍ଗ କରିଥିଲା। ନୂଆଦିଲ୍ଲୀ ଲିଡର୍ସ ଡିକ୍ଲାରେସନ୍‌‌ରେ ଜଳବାୟୁ ପରିବର୍ତ୍ତନ ବିଷୟ ପ୍ରମୁଖ ସ୍ଥାନ ଅଧିକାର କରିଥିଲା । ସିଓପି-୨୮ ଏହି ସବୁ ଅଗ୍ରାଧିକାର ବିଷୟଗୁଡ଼ିକୁ ଆଗେଇ ନେବା ପାଇଁ ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories