ପୁଲୱାମା ଆକ୍ରମଣ; ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବୁଧବାର ସାରା ଦେଶ ପାଳୁଛି ବ୍ଲାକ୍ ଡେ। ୧୪ ଫେବ୍ରୁଆରୀ ୨୦୨୪କୁ ପୁଲୱାମା ଆକ୍ରମଣକୁ ପୂରିଛି ୫ ବର୍ଷ। ସହିଦ୍ ହୋଇଥିବା ଯବାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି।
ପୁଲୱାମାରେ ହୋଇଥିବା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ କହିଛନ୍ତି, ପୁଲୱାମାରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଯବାନଙ୍କ ଦେଶ ପାଇଁ ସେବା ଓ ଆତ୍ମବଳି ସର୍ବଦା ଚିରସ୍ମରଣୀୟ ହୋଇ ରହିବ।
I pay homage to the brave heroes who were martyred in Pulwama. Their service and sacrifice for our nation will always be remembered.
— Narendra Modi (@narendramodi) February 14, 2024
୧୪ଫେବ୍ରୁଆରୀ ୨୦୧୯ରେ ୫ ବର୍ଷ ପୂର୍ବରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସେନାଙ୍କୁ ନେଇ ୭୮ଟି ସେନା ଗାଡି ଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୪୦ ଯବାନ ସହିଦ୍ ହୋଇଥିଲେ।
Comments are closed.