www.samajalive.in
Sunday, December 14, 2025
19.1 C
Bhubaneswar

ସୂର୍ଯ୍ୟ ଟି-୨୦, ରାହୁଲ ଦିନିକିଆ ଅଧିନାୟକ

ରୋହିତ, କୋହଲି, ବୁମରାଙ୍କୁ ସୀମିତ ଓଭରରେ ବିଶ୍ରାମ ; ଟେଷ୍ଟରୁ ପୂଜାରା, ରାହାଣେ ବାଦ୍‌; ରିଙ୍କୁ, ସୁଦର୍ଶନ ନୂଆମୁହଁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦, ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ଦୁଇଟି ଟେଷ୍ଟ ମ୍ୟାଚ ଡିସେମ୍ବର ୨୬ରୁ ଜାନୁଆରୀ ୭ ପର୍ଯ୍ୟନ୍ତ ଖେଳାଯିବ।
ବିସିସିଆଇ ପକ୍ଷରୁ ଗୁରୁବାର ୩ଟି ଯାକ ଫର୍ମାଟ ଲାଗି ଭିନ୍ନ ଭିନ୍ନ ଦଳ ମନୋନୟନ କରାଯାଇଛି। ମନୋନୟନକାରୀ ମୁଖ୍ୟ ଅଜିତ ଅଗରକର ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଦଳ ମନୋନୟନ କରାଯାଇଛି।
ଦିନିକିଆ ଓ ଟି-୨୦ରୁ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ସୂର୍ଯ୍ୟ କୁମାର ଯାଦବ ଟି-୨୦ ଓ ଲୋକେଶ ରାହୁଲ ଦିନିକିଆ ଦଳର ନେତୃତ୍ବ ନେବେ। ଦୀପକ ଚହର ଦିନିକିଆ ଓ ଟି-୨୦ ଦଳକୁ ଫେରିଛନ୍ତି । ଦିନିକିଆରେ ପ୍ରଥମ ଥର ଲାଗି ରିଙ୍କୁ ସିଂହ ଓ ବି. ସାଇ ସୁଦର୍ଶନଙ୍କୁ ସାମିଲ କରାଯାଇଛି । ଟେଷ୍ଟରେ ଲୋକେଶ ରାହୁଲଙ୍କୁ ୱିକେଟ ରକ୍ଷକ ଭାବେ ନିଆଯାଇଛି। ଟେଷ୍ଟ ଦଳରେ ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ମିଳିଛି। ସେହିପରି ଦୁଇ ଟେ​‌ଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଟେ​‌ଷ୍ଟ ଦଳରୁ ବାଦ୍‌ ପଡିଛନ୍ତି।
ଭାରତୀୟ ଟେ​‌ଷ୍ଟ ଦଳ
ରୋହିତ ଶର୍ମା, ଶୁବମାନ ଗିଲ୍‌, ଯଶସ୍ବୀ ଜୟସୱାଲ, ବିରାଟ କୋହଲି, ଶ୍ରେୟୋସ ଆୟର, ଋତୁରାଜ ଗାଏକ୍ବାର୍ଡ, ଈଶାନ କିଷନ, ଲୋକେଶ ରାହୁଲ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ସୁର୍ଦୁୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା।
ଦିନିକିଆ ଦଳ
ଋତୁରାଜ ଗାଏକ୍ବାର୍ଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟ୍ଟିଦାର, ରିଙ୍କୁ ସିଂହ, ଶ୍ରେୟାସ ଆୟର, ଲୋକେଶ ରାହୁଲ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟରକ୍ଷକ), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଳଦୀପ୍‌ ଯାଦବ, ଯୁଜୁବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଶ ଖାନ, ଅର୍ଶଦୀପ୍‌ ସିଂହ, ଦୀପକ ଚହର।
ଟି-୨୦ ଦଳ
ଯଶସ୍ବୀ ଜୟସୱାଲ, ଶୁବମାନ ଗିଲ୍‌, ଋତୁରାଜ ଗାଏକ୍ବାର୍ଡ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟାଶ ଆୟର ଈଶାନ କିଷନ ଓ ଜିତେଶ ଶର୍ମା (ୱିକେଟରକ୍ଷକ), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଶନ ସୁନ୍ଦର, ରବି ବିଷ୍ଣୋୟୀ, କୁଳଦୀପ୍‌ ଯାଦବ, ଅର୍ଶଦୀପ୍‌ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories