ସିଦ୍ଧ ବିନାୟକ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମ ସ୍ଥିତ ସିଦ୍ଧ ବିନାୟକ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର  ବିଜ୍ଞାନ ମେଳା ଅନୁଷ୍ଠାନର ମୁଖ୍ୟ ଶୁକଦେବ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମୋଟ ୧୫୭ଟି ଜ୍ଞାନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ସହ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ସେଠୀ ମେଳାକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନେ ପାଠ ପଢା ସହ ବିଜ୍ଞାନ ପ୍ରତି ଅଧିକ ମନ ଦେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭୁତି ଭୂଷଣ ପ୍ରଧାନ, ତେଲକୋଇ ବ୍ଲକ ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ଦୁର୍ଯୋଧନ ମହାନ୍ତ ଓ ଶିକ୍ଷାବୀତ ମହେଶ୍ୱର ମହାନ୍ତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ମଙ୍ଗଳୁ ମୁଣ୍ଡା ଓ ସମସ୍ତ ଗୁରୁଜୀ ଗୁରୁମା ମେଳା ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଚନ୍ଦ୍ରାବଳୀ ଗିରି ଓ ଅନ୍ୟମାନେ ବିଚାରକ ଭାବେ ଯୋଗ ଦେଇଥିଲେ।

Comments are closed.