www.samajalive.in
Monday, December 15, 2025
16.1 C
Bhubaneswar

ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ଯୌତୁକ ପ୍ରଥା ବିରୋଧୀ ସଚେତନତା କାର୍ଯ୍ୟକ୍ରମ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଏନଏସଏସ ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ବୁଧବାର ଯୌତୁକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଯୌତୁକ ପ୍ରଥା ଏବଂ ତଦ୍‌‌ଜନିତ ନିର୍ଯ୍ୟାତନା ବିରୋଧରେ କଲେଜର ଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନଧର୍ମୀ ଶୋଭାଯାତ୍ରାକୁ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏନଏସଏସ ଯୋଜନା ଅଧିକାରୀ ତଥା ଆଇୱାଇଡିପିର ଅନ୍ୟତମ ନୋଡାଲ ଅଧିକାରୀ ଅଧ୍ୟାପିକା ବସିରା ବେଗମଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଛାତ୍ରୀମାନେ ହାତରେ ଏ ସଂପର୍କୀତ ସଚେନତାଧର୍ମୀ ଲେଖା ସମ୍ବଳିତ ପ୍ଲାକାର୍ଡ ଧରି, ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏଥି ସହିତ କ୍ଷୁଦ୍ର ନାଟକ ମାଧ୍ୟମରେ ଛାତ୍ରୀମାନେ ଯୌତୁକ ପ୍ରଥା ବିରୋଧରେ ଲୋକଙ୍କୁ ସଚେତନ କରିଥିଲେ। ଶୋଭାଯାତ୍ରା କଲେଜରେ ପହଞ୍ଚିବା ପରେ ଆୟୋଜିତ ସଭାରେ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ପୌରୋହିତ୍ୟ କରି ଏହି ଯୌତୁକ ପ୍ରଥା ଯୋଗୁଁ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ବିବାହିତା ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡିବା ସଙ୍ଗେ ସଙ୍ଗେ କେତେକ କ୍ଷେତ୍ରରେ ଜୀବନହାନୀ ମଧ୍ୟ ଘଟୁଛି । ତେଣୁ ଏହି ପ୍ରଥାକୁ ସଂପୂର୍ଣ୍ଣ ବିଲୋପ କରିବା ନୂତନ ଓଡିଶାର ଲକ୍ଷ୍ୟ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଆଇନଜୀବୀ ସୁଧିସ୍ମିତା ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବିଧାନରେ ଥିବା ଯୌତୁକ ନିରୋଧ ଆଇନ ଏବଂ ଯୌତୁକ ନିର୍ଯ୍ୟାତନା ବିରୋଧ ଆଇନ ସଂପର୍କରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ଛାତ୍ରୀମାନଙ୍କର ସନ୍ଦେହ ଦୂରୀକରଣ ପାଇଁ ଆଇନଜୀବୀ ସୁଶ୍ରୀ ନନ୍ଦ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ବବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories