www.samajalive.in
Sunday, December 14, 2025
17.1 C
Bhubaneswar

ଝାଡ଼ାବାନ୍ତିରେ ୧୫ରୁ ଅଧିକ ଆକ୍ରାନ୍ତ, ପହଞ୍ଚିଲେ ସ୍ବସ୍ଥ୍ୟ ବିଭାଗ ଅଧିକାରୀ

କାମାକ୍ଷାନଗର: କାମାକ୍ଷାନଗର ଏନଏସି ୧୪ ନଂ ୱାର୍ଡର ପୁରୁଣାରେକୁଳା ଗାଁ ଶବରସାହିରେ ଝାଡାବାନ୍ତିରେ ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାନୀୟ ଜଳ କିମ୍ବା ଖାଦ୍ୟରୁ ଏପରି ଝାଡ଼ାବାନ୍ତି ବ୍ୟାପିଛି ତାହାର କାରଣ ଜଣାପଡ଼ିନାହିଁ। ଘଟଣା ସ୍ଥଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ପୁରୁଣାରେକୁଳା ଗାଁ ଶବରସାହିରେ ସ୍ୱାସ୍ଥ୍ୟବିଭାଗର ଏକ ସ୍ୱତନ୍ତ୍ର ଦଳ ପହଞ୍ଚି ଝାଡ଼ାବାନ୍ତିର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏ ନେଇ ସାହିର ସମସ୍ତ ପରିବାରକୁ ଯାଇ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ଆରମ୍ଭ କରିଦେଇଛି । ଏହି ଝାଡାବାନ୍ତି କୁ ଭୟଭୀତ ନହୋଇ ସଚେତନ ରହିବାପାଇଁ ପ୍ରଶାସନ ତରଫରୁ ସାହିବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories