www.samajalive.in
Monday, December 15, 2025
14.1 C
Bhubaneswar

ଧାମରାରେ ଆଞ୍ଚଳିକ ବୋଇତ ବନ୍ଦାଣ କମିଟିର ବୋଇତ ବନ୍ଦାଣ ଉତ୍ସବ

ଧାମରା: ଧାମରାରେ ଐତିହାସିକ ବୋଇତ ବନ୍ଦାଣ ଉତ୍ସବ ତଥା ବାଲିଯାତ୍ରା ପ୍ରତିବର୍ଷ ପରି ଏ ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରବା ତଥା ଭାତୃଭାବର ଆଦାନ ପ୍ରଦାନ ପାଇଁଁ ଏହି ଉତ୍ସବ କେବଳ ଭାଇଚାରାର ପ୍ରତୀକ ରୂପେ ପାଳିତ ହୋଇଯାଇଛି। ଆଞ୍ଚଳିିକ ବୋଇତବନ୍ଦାଣ କମିଟି ପକ୍ଷରୁ ୭ଜଣ ସାଧବ ଗୋଟିଏ ସୁସଜ୍ଜିତ ବୋଇତରେ କେନ୍ଦ୍ରାପଡା ଜିଲାର ତାଳଚୁଆ ଯିବା ପରେ ସେଠରେ ସେମାନଙ୍କୁ ବହୁ ଆଡମ୍ବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ସେମାନେ ସେଠାରୁ ଫେରିବା ପରେ ଧାମରାଇ ମନ୍ଦିର ମେଳା ପଡିଆରେ ସେମାନଙ୍କୁ ପାଛୋଟି ଅଣାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଆଜିର ଏହି ସଭାରେ ନରହରି ମଲିକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟନାୟକ ଯୋଗ ଦେଇ ଏହି ଭାତୃଭାବ କେବଳ ନିଜ ଜିଲାରେ ସୀମିତ ନହୋଇ ଅନ୍ୟ ଜିଲା ସହ ଆଦାନ ପ୍ରଦାନ କରାଯାଇିଥିବାରୁ ସେ ଏହି କାର୍ଯ୍ୟକ୍ରମର ଭୂୟଶୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ସମ୍ମାନୀତ ଅତିଥି ଭାବେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟନାୟକ, ପୂର୍ବତନ ମନ୍ତ୍ରୀ ତଥା ମିଡିଆ ସେଲର ସଭାପତି ଗଣେଶ୍ୱର ବେହେରା, ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ, ସମାଜସେବୀ ଅମୀୟ କୁମାର ପଟନାୟକ, ଦିଗମ୍ବର ଦାସ, ପ୍ରଦେଶ କଂଗ୍ରେସ ସମ୍ପାଦକ ମନୋଜ ବିଶ୍ୱାଳ, ପୂର୍ବତନ ସାଙ୍ଗଠନିକ ସଂପାଦକ ସତ୍ୟାନନ୍ଦ ରାଉତ, ଚାନ୍ଦବାଲି ବ୍ଲକ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସୁବାଶ ନାୟକ, ଯଶୀପୁର ସରପଂଚ ପ୍ରମିଳା ମାଝୀ, ପୃଥ୍ବୀରାଜ ନାୟକ, ରାଜେଶ ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

- Advertisement -

ଓଡିଶାର ନୌବାଣିଜ୍ୟ ସ୍ମରଣ ଏବଂ କାର୍ତିକ ପୂର୍ଣିମା ପାଳନର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ଗଦାଧର ନାୟକ, ନରେନ୍ଦ୍ର ନାୟକ , ପିତାମ୍ବର ଦାସ, ପ୍ରଭାକର ବେହେରା, ଦୁଃଖ ଜେନା, ପ୍ରଫୁଲ ବାରିକ, ନରେନ୍ଦ୍ର ମାଇତି, ନରେନ୍ଦ୍ର ନାୟକ, ମନୋଜ ମାଝି ତାରାକାନ୍ତ ସେଠୀ, ଦେବାଶିଷ ନାୟକ,ଦେବବ୍ରତ ଜତି , ସୁକଦେବ ଜେନା,ଦୁର୍ଯ୍ୟଧୋନ ସେଠୀ ପୂର୍ଣଚନ୍ଦ୍ର ମାଝୀ,ପ୍ରମୁଖ ଯୋଗ ଦେଇ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories