www.samajalive.in
Sunday, December 14, 2025
16.1 C
Bhubaneswar

ବିଜିୟୁ ପକ୍ଷରୁ ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ- ଶ୍ରୀପ୍ରକାଶ ଶୁକ୍ଳା ଏବଂ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନଜନକ ଡି ଲିଟ୍‌ ଉପାଧି ପ୍ରଦାନ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ୱର ପକ୍ଷରୁ ଏହାର ସ୍ନାତକୋତ୍ତର୨୦୨୧-୨୩ ଏବଂ ସ୍ନାତକ ୨୦୨୦-୨୩ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ପାଇଁ ଷଷ୍ଠ ସମାବର୍ତ୍ତନ ଉତ୍ସବ ୟୁନିଭରସିଟି କ୍ୟାମ୍ପସ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ମ୍ୟାନେଜମେଣ୍ଟ, କମ୍ୟୁନିକେଶନ୍‌, କମର୍ସ, ସୋସିଆଲ ସାଇନ୍ସ ଏବଂ ଲ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ଏବଂ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।

ଏଥିରେ ଶ୍ରୀପ୍ରକାଶ ଶୁକ୍ଳା, ଅଧ୍ୟକ୍ଷ-ମହିନ୍ଦ୍ରା ଡିଫେନ୍ସ ଆଣ୍ଡ୍‌ ଏରୋସ୍ପେସ୍‌, ମହିନ୍ଦ୍ରା ଏଗ୍ରି ଆଣ୍ଡ୍‌ ମାଇକ୍ରୋ ଇରିଗେସନ୍‌, ସିଆଇଇ ଅଟୋମେଟିଭ ଇଣ୍ଡିଆ, ପ୍ରେସିଡେଣ୍ଟ ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଡିଫେନ୍ସ ମାନୁଫାକ୍‌ଚର୍ସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସହ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଦୁଇଜଣ ବିଷିଷ୍ଟ ବ୍ୟକ୍ତିଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି ସମ୍ମାନଜନକ ଡି ଲିଟ୍‌ ଉପାଧି ପ୍ରଦାନ କରିଅଛି । ଜୟଶ୍ରୀ ମୋହତା, ଅଧ୍ୟକ୍ଷ, ବିର୍ଲା ଗ୍ଲୋବାଲ ୟୁନିଭରସିଟି ଏବଂ ବିର୍ଲ୍ଲା ଏକାଡେମି ଅଫ୍‌ ଆର୍ଟ ଆଣ୍ଡ୍‌ କଲଚର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀମତୀ ମୋହତା କହିଛନ୍ତି ଯେ ବିଜିୟୁ ପ୍ଲେସ୍‌ମେଣ୍ଟ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରଛି ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ ପାରିଛି । ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଶ୍ରୀ ଶୁକ୍ଳା ଅଭିନନ୍ଦନ ଜଣାଇଥିବା ସହ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ଆବଶ୍ୟକ ହେଉଥିବା ସନ୍ତୁଳନକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଟିମ୍‌ ମଧ୍ୟରେ କାର୍ଯ୍ୟ କରିବାର ପ୍ରାଧାନ୍ୟକୁ ଅନୁଭବ କରିବା ସହ ସଂସ୍ଥାର ନିର୍ଭରଯୋଗ୍ୟ ବ୍ୟକ୍ତି ରୂପେ ପାରଦର୍ଶିତା ଲାଭ କରିବା ଉଚିତ୍‌ । ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଉଦ୍‌ଘାଟନ କରାଯାଇଥିଲା । ପ୍ରଫେସର ପି.ପି ମାଥୁର ୟୁନିଭରସିଟିର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଶୁକ୍ଳା ଏବଂ ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ଏଥିରେ ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ ଏବଂ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ସଦସ୍ୟଗଣ, ଫାକଲ୍ଟି, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories