www.samajalive.in
Monday, December 15, 2025
15.1 C
Bhubaneswar

ଧାମରାରେ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ

ଧାମରା: ଧାମରାରେ ସାର୍ବଜନୀନ ବୋଇତ ବନ୍ଦାଣ କମିଟିର ସପ୍ତମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ସୋମବାର ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଓଡ଼ିଶା କାର୍ଯ୍ୟକ୍ରମରେ ଧାମରା ଇତିହାସ ରଚିବ ବୋଲି କହିଥିଲେ। ଏଥିସହ ଗତ ୧୦ ବର୍ଷ ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହିତ ସଡକ ଓ ପରିବହନ ବିଭାଗର ଅଭିବୃଦ୍ଧି ମଧ୍ୟ ଆଶାନୁରୂପେ ଫଳପ୍ରଦ ହୋଇଛି। ଧାମରାର ଭୌଗୋଳିକ ସ୍ଥିତି ସଂପୂର୍ଣ୍ଣ ସୁଦୃଢିକରଣ ହୋଇ ସାରିଥିବା ବେଳେ ଆଗାମୀ ଦିନରେ ଧାମରାକୁ ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀର ଆଗମନ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ପ୍ରସଙ୍ଗକୁ ତ୍ୱରାନ୍ବିତ କରିବ ବୋଲି କହିଥିଲେ। ଏଥିପାଇଁ ଯୁବ ଗୋଷ୍ଠୀ ନିଜକୁ ନିଜେ ସ୍ୱାଭିମାନ ହେବା ଜରୁରୀ ହୋଇ ପଡ଼ିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ବୈଜୟନ୍ତ।

ଅନ୍ୟ ପକ୍ଷରେ ଧାମରାଠାରେ ପ୍ରତିବର୍ଷ ପାଳିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବକୁ ଭୂୟସୀ ପ୍ରଶଂସା କରିବା ସହିତ ଆମେ ପରମ୍ପରା ଭୁଲିଗଲେ ସଂସ୍କୃତି ଇତିହାସ ହୋଇ ରହିଯିବ ବୋଲି ସୂଚନା ମଧ୍ୟ ଦେଇଥିଲେ। ଆଜି ସାର୍ବଜନୀନ ବୋଇତ ବନ୍ଦାଣ କମିଟିର ସାତ ସାଧବ ପୁଅମାନେ କେନ୍ଦ୍ରାପଡ଼ା ଜିଲ୍ଲାର ନଳିତାପାଟିଆକୁ ଯାଇ ସେଠାରେ ଲୋକଙ୍କ ସଦ୍‌ଭାବ ବିନିମୟ କରିବା ପରେ ସେହି ସାଧବ ପୁଅ ମାନେ ଆସି ଧାମରାଠାରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟରେ ପାଛୋଟି ନେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜିର ଏହି ସଭାକାର୍ଯ୍ୟରେ ଦେବେନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପ୍ରମୋଦ ନାୟକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଯୋଗ ଦେଇ କାର୍ତିକ ମାସର ପରମ୍ପରା ସହ କିପରି ଓଡ଼ିଶାର ସଂସ୍କୃତି ଓତଃପ୍ରୋତ ଭାବେ ଜଡିତ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଆଜି ଏହି ବର୍ଣ୍ଣାଢ୍ୟ ସମାବେଶରେ ସମ୍ମାନୀତ ଅତିଥି ଭାବେ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମଜସେବୀ ଅଭିମନ୍ୟୁ ସେଠୀ, ବିପିନ ବେହେରା, ବାପୁଜୀ ମାଝୀ, ବଦ୍ରିନାରାୟଣ ଧଳ, ମନସ୍ମିତା ଖୁଣ୍ଟିଆ, ଅଭିନେତ୍ରୀ ଜିନା ସାମଲ, ଉପେନ୍ଦ୍ର ରାଉଳ, ପୂର୍ଣ୍ଣଚନ୍ଦ୍ର ପାଣି, କାହ୍ନୁଚରଣ ବେହେରା, ଗଗନ ନାୟକ, ତ୍ରିଦିବେଶ ପ୍ରଧାନ, ତାପସ ନାୟକ ପ୍ରମୁଖ ସଭା ସ୍ଥ୍ରଳରେ ଆସନ ଅଳଂକୃତ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ସରୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭା ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories