ଓଜିବି ତରଫରୁ ସ୍ଵୟଂସହାୟକ ଗୋଷ୍ଠୀମାନଙ୍କୁ ୨୫୦ କୋଟି ଟଙ୍କାର ଋଣପ୍ରଦାନ

ଭୁବନେଶ୍ୱର- ଏଫପିଓ ଏବଂ ଏସଏଚଜି ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନାବାର୍ଡ ଦ୍ୱାରା ଏକ ରାଜ୍ୟସ୍ତରୀୟ ସମ୍ମିଳନୀର ଆୟୋଜନ କରାଯାଇଅଛି । ଏହି ସମ୍ମିଳନୀରେ ଆୟୋଜିତ ଏକ ବିଶେଷ ସଭାରେ ଓଡିଶା ଗ୍ରାମ୍ୟବ୍ୟାଙ୍କ ତରଫରୁ ଖୋର୍ଦ୍ଧା, ପିପିଲି ଏବଂ କଟକ ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ୨୫୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।

ବ୍ୟାଙ୍କ କେସିସି ହିତାଧିକାରୀଙ୍କୁ ୨ କୋଟି ଟଙ୍କା, ଗଳିମାନଙ୍କରେ ବ୍ୟବସାୟ କରୁଥିବା କ୍ରେତାଙ୍କୁ ୧ ଲକ୍ଷ ସାତ କୋଟି ଟଙ୍କା ଏବଂ ପିଏମଏସବିୱାଇ ନାମାଙ୍କନକାରୀଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ୩୦୦ ରୁଅଧିକ ସ୍ୱଂୟ ସହାୟକ ସଦସ୍ୟ ଯୋଗ ଦେଇଥିଲେ ।

ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧକ୍ଷ ଋଷି ସିଂ, ମହାପ୍ରବନ୍ଧକ ଶ୍ୱେତାଭ କୁମାର, ମହାପ୍ରବନ୍ଧକ ତୃପ୍ତି ରଂଜନ ସ୍ୱାଇଁ, ମହାପ୍ରବନ୍ଧକ ବାସୁଦେବ ରାଉତରାୟ ଏବଂ ସତ୍ୟବତୀ ସାହୁ ସ୍ଵୟଂସହାୟକ ସଦସ୍ୟମାନଙ୍କୁ ପାଣ୍ଠିର ଉପଯୁକ୍ତ ଉପଯୋଗ ଏବଂ ଉତ୍ପାଦକତା କିପରି ବୃଦ୍ଧି କରାଯିବ ସେ ସମ୍ବନ୍ଧରେ ମାର୍ଗଦର୍ଶନ କରାଇଥିଲେ।

ସ୍ୱୟଂ ସହାୟକ ହିତାଧିକାରୀମାନେ ଚାନ୍ଦୁଆ ଏବଂ ପଟ୍ଟଚିତ୍ର ଭଳି ନିଜର କଳାତ୍ମକ ଉତ୍ପାଦମାନ ପ୍ରଦର୍ଶନ କରିଥିଲେ। ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକ ଆର୍ଥିକ ବିକଳ୍ପ ପ୍ରଦାନ କରିବାକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ପ୍ରତିଶୃତି ଦିଆଯାଇଛି।

Comments are closed.