ଗୋପବନ୍ଧୁ ବିଜ୍ଞାନ କଲେଜରେ ଏନସିସି ଦିବସ

ଆଠଗଡ: ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜରେ ରବିବାର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ଏଥିରେ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ କଲେଜ ପରିସରରେ ପ୍ରତିଷ୍ଠିତ ପୂଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଏବଂ କଲେଜର ପ୍ରତିଷ୍ଠାତା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଚାରା ରୋପଣ କରିଥିଲେ। ଡଃ ସାହୁ ସମର ଶିକ୍ଷାର୍ଥୀ ବାହିନୀ ପ୍ରତିଷ୍ଠାର ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସଂପର୍କରେ ନିଜର ବକ୍ତବ୍ୟ ଜରିଆରେ ଏନସିସି ଛାତ୍ରଛାତ୍ରୀଙ୍କୁ ସେବା ମନୋଭାବ, ଦେଶର ସୁରକ୍ଷା ଓ ଉତ୍ତମ ନାଗରିକ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

prayash

ଏନସିସି ଅଧିକାରୀ ସୌମ୍ୟକାନ୍ତ ସେନାପତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଏନସିସି କିପରି ଜାତୀୟ, ସାମାଜିକ ଓ ମାନବିୟ ମୂଲ୍ୟବୋଧର ଶିକ୍ଷା ଦେଇଥାଏ ଓ ଶୃଙ୍ଖଳିତ ନାଗରିକ ଗଢିବାରେ ସହାୟକ ହୋଇଥାଏ ସେ ବିଷୟରେ ନିଜର ବକ୍ତବ୍ୟରେ ବୁଝାଇଥିଲେ। ଅଧ୍ୟାପକ ଦିବ୍ୟଶକ୍ତି ସାମନ୍ତରାୟଙ୍କ ସମେତ ରଶ୍ମିରଞ୍ଜନ ମହାନ୍ତି ଓ ଶ୍ରୀକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.