ସମ୍ବଲଭୂମିର ବାର୍ଷିକ ଉତ୍ସବ ଓ ବହୁଭାଷୀ କବିତା ପାଠୋତ୍ସବ

ସମ୍ବଲପୁର: ସ୍ଥାନୀୟ ମୁନିସିପାଲିଟି ଛକ ସ୍ଥିତ ସାମ୍ବାଦିକ ଭବନଠାରେ ‘ସମ୍ବଲଭୂମି’ ଅନୁଷ୍ଠାନର ବାର୍ଷିକ ଉତ୍ସବ ସହ ବହୁଭାଷୀ କବିତା ପାଠୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋପିନାଥ ଷଡଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ନାଟ୍ୟ ରଚୟିତା ଶୈଳେଶ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିବା ବେଳେ ଅନୁଷ୍ଟାନ ର ମୁଖ୍ୟ ଉପଦେଷ୍ଟା ବୁଧରାମ ମୁଣ୍ଡା, ଆବାହକ କାର୍ତ୍ତିକ ପ୍ରସାଦ ବହିଦାର ପ୍ରମୁଖ ମଞ୍ଚାସିନ ଥିଲେ।

prayash

ପ୍ରାରମ୍ଭରେ ସମ୍ବଲଭୂମି ର ନିର୍ଦ୍ଦେଶକ ପ୍ରହଲ୍ଲାଦ ଦାଶ ସ୍ୱ।ଗତ ଭାଷଣ ଦେବା ସହ କାଯ୍ୟକ୍ରମ ଉଦ୍ଦେଶ୍ୟ ନେଇ ଆଳୋଚନା କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କବି ଲେଖକ ମାନେ ନିଜ ଭାଷା ଓ ସଂସ୍କୃତିକୁ ଅଧିକ ପ୍ରଚାର ପ୍ରସାର କରିବାକୁ ନିଜ ଲେଖନି କୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ବାର୍ଷିକ ଉତ୍ସବ ରେ ବିଶିଷ୍ଟ ଶିକ୍ଷାବିତ ତଥା ସୁପ୍ରସିଦ୍ଧ ନାଟ୍ୟ ରଚୟିତା ଶୈଳେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ‘ସମ୍ବଲଭୂମି ସମ୍ମାନ ୨୦୨୩’ ଦିଆଯାଇ ସମ୍ମାନିତ କରାଯାଇଥିଲା।

ସମ୍ବଲଭୂମିର ଆବାହକ କାର୍ତ୍ତିକ ପ୍ରସାଦ ବହିଦାର ମାନପତ୍ର ପାଠ କରିଥିଲେ । ପରେ ଏହାର ଦ୍ଵିତୀୟ ପର୍ୟ୍ୟାୟ ଅଧିବେଶନରେ ବହୁଭାଷୀ କବିତା ପାଠୋତ୍ସବ କାର୍ୟ୍ୟକ୍ରମ ବିଶିଷ୍ଟ ସାହିତ୍ୟିକ ଦ୍ୱ।ରିକା ପ୍ରସାଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥ ଭାବରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଭ୍ୟ କବି ଗଣେଶ ରାମ ନାହାକ ଯୋଗ ଦେଇଥିଲେ । କବି ମମତା ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ବହୁଭାଷୀ କବିତା ପାଠୋତ୍ସବ କାର୍ୟ୍ୟକ୍ରମରେ କମଳଲୋଚନ ପଣ୍ଡା, ଗଦାଧର ନିଆଲ, କବି ଲଳିତ ମୋହନ ବେଵତ୍ତା, ବବଲୁ ବାଗ, ତଫିଜୁଲ ହୁସେନ, ସୁରେଖା ସାହୁ, ଜୟକୃଷ୍ଣ ବେହେରା, ବୁଧରାମ ମୁଣ୍ଡା, ପ୍ରଣତି ପଟ୍ଟନାୟକ, ଅନିତା ସାହୁ, ଗୁଣରଞ୍ଜନ ସାଲିମାଙ୍କ ସମେତ ସମ୍ବଲପୁର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ବହୁ କବି ଓ କବିୟତ୍ରୀ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କାର୍ତ୍ତିକ ପ୍ରସାଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.