ପାର୍କିଂ ପାଇଁ ସ୍ଥାନ ନାହିଁ; ରାସ୍ତା ପାର୍ଶ୍ବରେ ରଖିଲେ ଗଣିବାକୁ ପଡୁଛି ତଣ୍ଡ

ଲକ୍ଷ୍ମୀପୁର: ଦୁଇ ଚକିଆ ଯାନ ରଖିବା ପାଇଁ ଲକ୍ଷ୍ମୀପୁର ବଜାରରେ ସ୍ଥାନ ନାହିଁ, ଯେଉଁଥିପାଇଁ ଲୋକମାନଙ୍କୁ ରାସ୍ତା ଉପରେ ଗାଡ଼ି ରଖିବାକୁ ପଡୁଛି । ଏଥିପାଇଁ ପୁଲିସର ଆକ୍ରୋଶର ଶିକାର ହେବା ସହିତ ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । କୋରାପୁଟ ଜିଲା ଲକ୍ଷ୍ମୀପୁର ବଜାର ଦେଇ ଯାଇଛି ୩୨୬ ନମ୍ବର ଜାତୀୟ ରାଜପଥ । ଜାତୀୟ ରାଜପଥ କଡରେ ବଜାରରେ ଥିବା ଦୋକାନରୁ ଲୋକମାନେ ପ୍ରତିଦିନ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସନ୍ତି। ଯେଉଁଥିପାଇଁ ସେମାନେ ଲକ୍ଷ୍ମୀପୁର ବଜାରକୁ ଆସିଥାନ୍ତି । ପାର୍କିଂ ପାଇଁ ସ୍ଥାନ ନଥିବା କାରଣରୁ ବାଧ୍ୟ ହୋଇ ରାଜପଥ ପାର୍ଶ୍ବ ରାସ୍ତା ଉପରେ ସେମାନଙ୍କର ମୋଟର ସାଇକେଲ ରଖିଥାନ୍ତି । ତେବେ ଯେଉଁ ସବୁ ଦୋକାନ ଲକ୍ଷ୍ମୀପୁର ବଜାରରେ ଅଛି ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ରାସ୍ତା କଡରେ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଜବରଦଖଲ କରିଥିବା କାରଣରୁ ଦୁଇ ଚକିଆ ଯାନଗୁଡ଼ିକ ରଖିବା ପାଇଁ ସ୍ଥାନ ନାହିଁ । ଯେଉଁଥିପାଇଁ ସେମାନେ ବାଧ୍ୟ ହୋଇ ରାସ୍ତା ଉପରେ ପାର୍କିଂ କରୁଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ପୁଲିସର ଆକ୍ରୋଶର ଶିକାର ହେବାକୁ ପଡିବା ସହିତ ତଣ୍ଡ ଗଣିବାକୁ ପଡୁଛି । ଲୋକେ ସେମାନଙ୍କ ଗାଡ଼ି ରଖି ବଜାରରେ କିଣାକିଣି କରିବା ସମୟରେ ପୁଲିସ ଆସି ସେମାନଙ୍କ ଗାଡ଼ିର ନମ୍ବର ଉଠାଇ ଜରିମାନା କାଟୁଥିବାରୁ ସେମାନେ ଏଥିପାଇଁ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଲୋକଙ୍କ ନିମନ୍ତେ ପାର୍କିଂ ପାଇଁ ଜାଗା ନଥିବାରୁ ବଜାର ସଉଦା ପାଇଁ କେଉଁଠାରେ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ରାସ୍ତା ଉପରେ ରଖିବାକୁ ପଡୁଛି ଓ ତଣ୍ଡ ଗଣିବାକୁ ପଡୁଛି । ସ୍ଥାନୀୟ ପ୍ରଶାସନ ଓ ଜାତୀୟ ପ୍ରାଧୀକରଣର କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେବା ସହିତ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଦାବୀ ହେଉଛି ।

Comments are closed.