www.samajalive.in
Monday, December 15, 2025
15.1 C
Bhubaneswar

ନୃତ୍ୟନିପୁଣା ପକ୍ଷରୁ ଓଡିଶୀ ନୃତ୍ୟ ସନ୍ଧ୍ୟା, ପ୍ରିୟଙ୍କାଙ୍କୁ ନୃତ୍ୟ ଶିରୋମଣୀ ସମ୍ମାନ

ଭୁବନେଶ୍ୱର :ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ରଠାରେ ନୃତ୍ୟନିପୁଣା ପକ୍ଷରୁ ଓଡିଶୀ ନୃତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି।  ବିଧାୟକ  ଅନନ୍ତ ନାରୟଣ ଜେନା, ପୃର୍ବତନ ବିଧାୟକ  ପ୍ରିୟଦର୍ଶୀ ମିଶ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତ ରାୟ ଗୁରୁଗଜେନ୍ଦ୍ରପଣ୍ଡା ତ୍ରିଧାରା ନିର୍ଦେଶକ ଅନୁଶ୍ରୀ ଦାସ, ସମାଜ ସେବୀ ଫାଉଣ୍ଡର ଆଦିଭା ସି ଭିଜନ ପ୍ରମୁଖ  ଅତିଥି ଭାବେ ଯୋଗଦେଇଥିଲେ। ଏହି ବର୍ଷର ଦକ୍ଷ୍ୟ ନୃତ୍ୟଶିଳ୍ପୀ ଗୁରୁ ଡ଼ି ପ୍ରିୟଙ୍କାଙ୍କୁ ନୃତ୍ୟ ଶିରୋମଣୀ ସମ୍ମାନରେ କରାଯାଇଥିଲା ଏଥିରେ ବିଭିନ୍ନ ବିଭିନ୍ନ ଦେଶ ବାହାରୁ ଆସିଥିବା ନୃତ୍ୟଶିଳ୍ପୀମାନେ ଯୋଗ ଦେଇଥିଲେ। ଅନୁଷ୍ଠାନ ର ନିର୍ଦେଶକ ତଥା ଓଡିଶୀ ନୃତ୍ୟଗୁରୁ ଡି.ପ୍ରିୟଙ୍କାଙ୍କ ଦ୍ୱାରା ପ୍ରସୂତି ଅଭିନୟ ‘ କେତେ ଛନ୍ଦ ଜାଣେ ଲୋ ସହି,’ ନୃତ୍ୟ ପରିବେଷଣ କରାଯାଇଥିଲା । ସମ୍ବଲପୁରୀ ନୃତ୍ୟ, ସୂର୍ଯ୍ୟଜ୍ୟୋତି କଳା କେନ୍ଦ୍ର ନୃତ୍ୟଶିଳ୍ପୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ନୃତ୍ୟା ନିପୁଣା ଅନୁଷ୍ଠାନର ମା ଓ ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ‘ ଆମେ ସମଲପୁରିଆ ଫୁଲରେ ନୃତ୍ୟ ପରିବେଷଣ କରାଯାଇଥିଲା।  ମଞ୍ଚ ପରିଚାଳନା କରିଥିଲେ ଡ଼ ମୃତ୍ୟୁଞ୍ଜୟ ରଥ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories