www.samajalive.in
Monday, December 15, 2025
15.1 C
Bhubaneswar

ଆଠଗଡରେ ଦୁଇଟି କଲ୍ୟାଣ ମଣ୍ଡପର ଶିଳାନ୍ୟାସ

ଆଠଗଡ : ଆଠଗଡ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ୨ଟି ସ୍ଥାନରେ ଦୁଇଟି ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶନିବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଠଗଡ ସହରରେ ଆଗରୁ ଏନଏସିର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଏକମାତ୍ର କଲ୍ୟାଣ ମଣ୍ଡପ ରହିଥିବାରୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ବିଶେଷକରି ବିବାହ ଓ ବ୍ରତ ଆଦି ପାଇଁ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କର ଦୃଷ୍ଟି ଆକର୍ଷଣ କରି ଆଉ ଦୁଇଟି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ସେଥିପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟ ସରକାରଙ୍କର ନଗର ଉନ୍ନୟନ ବିଭାଗ ସହିତ ଆଲୋଚନା କରି ଆଠଗଡ ସହରରେ ଆଉ ଦୁଇଟି କଲ୍ୟାଣ ମଣ୍ଡପ ପାଇଁ ୪.୫୦କୋଟି ଟଙ୍କା ମଞ୍ଜୁର କରାଇବା ପରେ ଶନିବାର ଏଥିପାଇଁ ଶିଳାନ୍ୟାସ ହୋଇଥିଲା।

ରାସରସିକପୁର ସାହି ନିକଟବର୍ତ୍ତୀ ମୁଖ୍ୟ ଷ୍ଟାଡିୟମ ସମ୍ମୁଖରେ ୩୫୦ କ୍ଷମତା ବିଶିଷ୍ଟ ଦୁଇ ମହଲାର(୭୩୯.୧୪ ବର୍ଗମିଟର) ଏକ କଲ୍ୟାଣ ମଣ୍ଡପ ଏବଂ କନ୍ତୋଲ ବାରବାଟୀ ପୋଖରୀ ନିକଟରେ ୫୦୦କ୍ଷମତା ବିଶିଷ୍ଟ (୧୧୫୦.୯୦ ବର୍ଗମିଟର) ଆଉ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଉପଲକ୍ଷେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦେଇ ୨ଟି ଯାକ କଲ୍ୟାଣ ମଣ୍ଡପ ପାଇଁ ଶିଳାନ୍ୟାସ କରିବା ସହ ଆଠଗଡ ସହର ତଥା ଗ୍ରାମାଞ୍ଚଳର ଅଧିବାସୀ ଏହାଦ୍ବାରା ଉପକୃତ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ। ଆଠଗଡ ସହରକୁ ସରସ, ସୁନ୍ଦର ଓ ସବୁ କ୍ଷେତ୍ରରେ ବିକଶିତ କରିବା ଲାଗି ସେ ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି ଦୁଇଟି ଯାକ କଲ୍ୟାଣ ମଣ୍ଡପ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ନିର୍ମାଣ ହେବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ପୂର୍ବତନ ଉପନଗରପାଳ ଲଳିତ ମୋହନ ନାୟକ, ସମାଜସେବୀ ପ୍ରକାଶ ରାଉତ, ରଞ୍ଜିତା ଭକ୍ତା, ପ୍ରଦୀପ୍ତ କୁମାର ଦାସ, ଶିଶିର ପ୍ରସାଦ ମାନସିଂହ, ଶିବଶଙ୍କର ଜେନା, ମହମ୍ମଦ ଖଲିଦ୍‌‌ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏଥି ସହିତ ନଗର ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories