www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି; ଭଟିଣ୍ଡା ଏସ୍‌ପି ନିଲମ୍ବିତ

ନୂଆଦିଲ୍ଲୀ: ଗତ ବର୍ଷ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତୃଟି ପାଇଁ ଭଟିଣ୍ଡା ଏସପି ନିଲମ୍ବିତ ହୋଇଛନ୍ତି। ୨୦୨୨ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ସୁରକ୍ଷାରେ ତୃଟି ନେଇ ଡ୍ୟୁଟିରେ ଥିବା ପୁଲିସ ଅଧୀକ୍ଷକ ଗୁରୁବିନ୍ଦର ସିଂହଙ୍କୁ ନିଲମ୍ବିତ କରାଯାଇଛି। ଘଟଣା ସମୟରେ ଗୁରୁବିନ୍ଦର ସିଂହ ଫିରୋଜପୁର ଏସ୍‌ପି ଦାୟିତ୍ୱରେ ଥିଲେ। ଏହି ଘଟଣା ପରେ କଡା ତଦନ୍ତ ଆରମ୍ଭ କରାଯାଇଥିଲା ଏବଂ ଗତ ବର୍ଷ ଘଟିଥିବା ମାମଲାରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପଞ୍ଜାବ ଡିଜିପିଙ୍କ ରିପୋର୍ଟ ଅନୁଯାୟୀ, ଗୁରୁବିନ୍ଦର ସିଂହଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଳମ୍ବନ କରାଯାଇଛି। ଏବେ ଗୁରୁବିନ୍ଦର ଭଟିଣ୍ଡାରେ ଏସ୍‌ପି ଭାବେ କାର୍ଯ୍ୟରତ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories