www.samajalive.in
Tuesday, December 9, 2025
16.1 C
Bhubaneswar

କୁସୁମଡିହିରେ ସଞ୍ଚୟ ମେଳା-୨୦୨୩

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ଗ୍ରାମପଞ୍ଚାୟତର କୁସୁମଡିହିଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବ ଅଧିକାର ସେବା ସମିତି ପକ୍ଷରୁ ଶନିବାର ସଞ୍ଚୟ ମେଳା ୨୦୨୩ ଅନୁଷ୍ଠିତ ହୋଇଯାଇଛି। ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ମହିଳା ସମାଜ ଗଠନ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପରିଚାଳକ ପୁଷ୍ପଶ୍ରୀ ନାଏକ ମୁଖ୍ୟ ଅତିଥି ଓ ସାମ୍ବାଦିକ ଦୁର୍ଗାଶଙ୍କର ବାଗ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ରେଙ୍ଗାଲି ବ୍ଲକ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର, ଓଏଲ୍ ଏମ୍ ରେଙ୍ଗାଲି ବ୍ଲକ ସଂଯୋଜକ ଜପାମାଳି ଭୋସାଗର, ଝାଙ୍କରପାଲି ସରପଞ୍ଚ ସୁଶାନ୍ତ କୁମାର ସାହୁ, ଟାମ୍ପରକେଲା ସରପଞ୍ଚ ଚିତମ୍ବନୀ ସାହୁ, ବିପିଏମ୍ କୃଷ୍ଣଚନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମହିଳାମାନେ କିପରି ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାରେ ସାମିଲ ହୋଇ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିବେ ସେ ସଂକ୍ରାନ୍ତୀୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ରେଙ୍ଗାଲି, ମାନେଶ୍ଵର ଓ ଯୁଯୁମୁରା ବ୍ଲକର ୧୧ଜଣ ସଫଳ ଉଦ୍ୟୋଗୀ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories