www.samajalive.in
Sunday, December 7, 2025
26.1 C
Bhubaneswar

କେତେ ସୁରକ୍ଷିତ ସ୍କୁଲ ପିଲା; ମାଳମାଳ ଗାଇଡଲାଇନ୍‌ କୁଆଡ଼େ ଗଲା

ଲଡୁଗାଁ: ଡିସେମ୍ୱର ପହିଲାରୁ ସଡ଼କ ସୁରକ୍ଷା ବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ହେବ। ଏଠି ମାଳମାଳ ଗାଇଡଲାଇନ୍‌, ହେଲେ ତଦାରଖ କରିବାକୁ କେହି ନାହିଁ । କଟକଣା ଶୂନ, ଅମାନିଆ ଗାଡ଼ି ଚାଳକ । ଏପଟେ ବାଜିରେ ଲାଗୁଛି ଛାତ୍ରଛାତ୍ରୀଙ୍କ ଜୀବନ । କୋକସରା ବ୍ଲକ ବଙ୍ଗୋମୁଣ୍ଡାଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ଓ ଘରକୁ ଫେରୁଥିବା ବେଳେ ଅଟୋରେ ବିପଦପୂର୍ଣ୍ଣ ଭାବରେ ଛାତ୍ରଛାତ୍ରୀମାନେ ଯାତ୍ରା କରୁଛନ୍ତି । କେଉଁଠି ଅଟୋରେ ଓଭରଲୋଡ୍ ତ ଆଉ କେଉଁଠି ଭ୍ୟାନରେ ଖୁନ୍ଦାଖୁନ୍ଦି କରି କୋମଳମତି ପିଲାଙ୍କୁ ବିଦ୍ୟାଳୟ ନେବା ଆଣିବା କରାଯାଉଥିବା ଦେଖିବାକୁ ମିଳିଛି ।

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋରେ କେତେକ ପିଲା ଆଗ ସିଟରେ ବି ବସି ଯାଉଛନ୍ତି । ଗାଡ଼ିରେ ସିଟ୍ ଯେତିକି, ତା’ଠୁ ଅଧିକ ପିଲା ମଧ୍ୟ ବସାଯାଉଛି । ଛାତ୍ରଛାତ୍ରୀଙ୍କୁ ଏଭଳି ବିପଦଜନକ ଭାବେ ପରିବହନ କରାଯାଉଥିବାବେଳେ ଏହାର ତଦାରଖ କରିବାକୁ କିନ୍ତୁ କେହି ନାହାନ୍ତି । କୋକସରା ଓ ଆମପାଣି ଥାନା ଅଧୀନ ରେ ଥିବା ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଘରୋଇ ଯାନବାହାନ ଯୋଗେ ଯାଇଥିବା ବେଳେ ଏଭଳି ଦୃଶ୍ୟ କଏଦ ହୋଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ମାଳମାଳ ଗାଇଡଲାଇନ ।

- Advertisement -

ପିଲାମାନେ କେଉଁଭଳି ଗାଡ଼ିରେ ଯିବେ, କେମିତି ସୁରକ୍ଷିତ ଫେରିବେ,‌ କ୍ୟାମ୍ପସରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ତା’ ଉପରେ ସରକାରଙ୍କ ପକ୍ଷରୁ ବର୍ଷ ତମାମ ସଚେତନ କରାଯାଉଛି । ହେଲେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ, ଯାଞ୍ଚ କରିବାକୁ କେହିନାହିଁ । ଫଳରେ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଦେଖାଯାଉଛି । ବିଶେଷକରି ପିଲାଙ୍କୁ ସ୍କୁଲ ନେବା ଆଣିବା ବେଳେ ଚରମ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଅଟୋ, ଭ୍ୟାନରେ ଖୁନ୍ଦାଖୁନ୍ଦି କରି ନିଆଯାଉଛି । ଫଳରେ ପିଲା ଅଣନିଃଶ୍ବାସୀ ହେବା ଭଳି ସ୍ଥିତି ଉପୁଜୁଛି । ଅଟୋ ପଛରେ ବିପଦଜନକ ଭାବରେ ଓଲଟା ବସିବା ଦୃଶ୍ୟ, ଯାହାକି ଅଟୋ ବ୍ରେକ ମାରିବା ଦ୍ଵାରା ପିଲାଏ ତଳେ ପଡ଼ିଯିବା ଭୟ ମଧ୍ୟ ରହିଛି । ଗାଡ଼ିରେ ଯେତିକି ସିଟ୍‌ ରହିଛି, ତା’ଠାରୁ ଢେର୍‌ ଅଧିକ ପିଲାଙ୍କୁ ବସାଯାଉଛି । ସେପଟେ ସ୍କୁଲ ପିଲାଙ୍କ ପରିବହନକୁ ନେଇ ପୁଲିସ ପକ୍ଷରୁ କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲ ପିଲାଙ୍କ ପରିବହନ ଲାଗି ଜାରି ହୋଇଥିବା ଗାଇଡଲାଇନକୁ ଠିକ ଭାବେ ପାଳନ କରାଯାଉ ନଥିବାରୁ ଅସନ୍ତୋଷ ବୁଦ୍ଧିଜୀବୀ ବ୍ୟକ୍ତ କରିଛନ୍ତି । କେତେକ କ୍ଷେତ୍ରରେ ସ୍କୁଲ କର୍ତ୍ତୃପକ୍ଷ , ଅଭିଭାବକ ଅଧିକାଂଶ ସମୟରେ ନିୟମ ହେୟଜ୍ଞାନ କରୁଥିବା ବେଳେ ଏଥିଯୋଗୁଁ ପିଲାଙ୍କ ଜୀବନ ବାଜିରେ ଲାଗୁଛି । ଏନେଇ ପୁଲିସ ପକ୍ଷରୁ ମଧ୍ୟ କୌଣସି ପ୍ରକାର କଡ଼ା ପଦକ୍ଷେପ ନିଆଯାଇନାହିଁ ।

ନିୟମ ଅନୁସାରେ, ଅଟୋ କିମ୍ବା ଛୋଟଗାଡ଼ିରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରିବା ବେଆଇନ। କେବଳ ସ୍କୁଲ ବସ କିମ୍ବା ସ୍କୁଲ ପରମିଟ୍ ଥିବା ଗାଡ଼ିରେ ପିଲାଙ୍କ ଯାତାୟାତ ପାଇଁ ନିୟମ ରହିଛି । ସିଟଠାରୁ ଅଧିକ ପିଲା ନେବା ଆଣିବା କରିବା, ଛିଡ଼ା ହୋଇ କିମ୍ବା ଗାଡ଼ିରେ ଓହଳି ପିଲା ଯାଉଥିଲେ, ସମ୍ପୃକ୍ତ ଗାଡ଼ିକୁ ତତକ୍ଷଣାତ୍ ଜବତ କରାଯିବ । ଏପରିକି ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି । ଏସବୁ ସତ୍ତ୍ବେ ସ୍କୁଲ ପିଲାଙ୍କ ପରିବହନ ଲାଗି ଜାରି ହୋଇଥିବା ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ପୁଲିସ ପକ୍ଷରୁ ଯାଞ୍ଚ ମଧ୍ୟ ହେଉନାହିଁ। ଏଥିରୁ ଜଣାପଡେ କେତେ ସୁରକ୍ଷିତ ସ୍କୁଲ ପିଲା ଓ କେତେ କାର୍ଯ୍ୟକାରୀ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories