ଗଞ୍ଜେଇ ସହ ଅଟୋ ଜବତ, ୨ ଗିରଫ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଗୋଟିଏ ପଟେ ପୁଲିସ ଓ ଅବକାରୀ ବିଭାଗ ଗାଁ ଗାଁରେ ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରି ଗଞ୍ଜେଇ ନଷ୍ଟ ଅଭିଯାନ ଚଳାଇଥିବା ବେଳେ ଅନ୍ୟପଟେ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଫିରିଙ୍ଗିଆ ପୁଲିସ ପୁଣି ଅଟୋ ସହ ୨୨ କେଜି ୨୦୦ ଗ୍ରାମ ଜବତ କରି ୨ ଜଣ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନା ଅନୁସାରେ, ଫିରିଙ୍ଗିଆ ପୁଲିସ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଡିଣ୍ଡିରା ଗ୍ରାମ ପଞ୍ଚାୟତର କୁଡୁକି ଘାଟି ରାସ୍ତା ନିକଟରେ ଜଗି ରହିଥିବା ବେଳେ ଫିରିଙ୍ଗିଆ ପଟୁ ଫୁଲବାଣୀ ଆଡକୁ ଯାଉଥିବା ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା। ଘଟଣା ସ୍ଥଳରେ ଚାଲାଣ ହେଉଥିବା ଗଞ୍ଜେଇ ସହ ଅଟୋ ଏବଂ ୨ ଜଣ ଗଞ୍ଜେଇ ଚାଲାଣକାରୀକୁ ଅଟକ ରଖିଥିଲେ। ପରେ ଫିରିଙ୍ଗିଆ ଥାନାକୁ ଆଣି ପଚରା ଉଚୁରା ପରେ ଗଞ୍ଜେଇ ଫିରିଙ୍ଗିଆ ଅଞ୍ଚଳରୁ ଭୁବନେଶ୍ୱର ଚାଲାଣ ହେଉଥିବା ଚାଲାଣକାରୀ ସ୍ୱୀକାର କରିଥିଲେ। ଏହି ଘଟଣାରେ ବ୍ୟବହୃତ ଅଟୋ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କ ମଧ୍ୟରୁ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ଅଞ୍ଚଳର ସୁବାଷ ବରାଡ଼ ( ୪୪) ଘର ଗୋଲା ସାହି ଏବଂ ଅନ୍ୟ ଜଣେ ଜଗନ୍ନାଥ ପ୍ରଧାନ (୩୯) ଥାନା ଖଣ୍ଡ ପଡା ଗ୍ରାମ କୁଞ୍ଜ ବିହାରୀପୁର ବୋଲି ଜଣା ପଡିଛି। ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ୨୧୦/୨୩ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Comments are closed.