www.samajalive.in
Monday, December 15, 2025
15.1 C
Bhubaneswar

ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ଅଗଣତାନ୍ତ୍ରିକ ସରକାର ଚାଲିଛି : ବିଧାୟକ ନାଉରି ନାୟକ

ସମ୍ବଲପୁର : ବିଜେପି ପକ୍ଷରୁ ଗୁରୁବାର ମାନେଶ୍ଵର ବ୍ଲକ କାର୍ୟ୍ୟାଳୟ ଘେରାଓ କରାଯାଇଥିଲା । ରେଙ୍ଗାଲି ବିଧାୟକ ନାଉରି ନାୟକଙ୍କ ନେତୃତ୍ୱରେ ମାନେଶ୍ୱର ବ୍ଲକ କାର୍ୟ୍ୟାଳୟ ଘେରାଉ କରାଯାଇଥିଲା। ଏକ ବିଶାଳ ରାଲିରେ ମାଳତୀ ଗୁଣ୍ଡେରପୁର ଛକରୁ ଶୋଭାଯାତ୍ରାରେ ବାହାରି ଦଳୀୟ କର୍ମକର୍ତ୍ତାମାନେ ବ୍ଲକ କାର୍ୟ୍ୟାଳୟରେ ପହଞ୍ଚିଥିଲେ ଏବଂ କାର୍ୟ୍ୟଳୟ ସମ୍ମୁଖରେ ପ୍ରତିବାଦ ସଭା ହୋଇଥିଲା। ହୁମା ମଣ୍ଡଳ ସଭାପତି ଦୁଷ୍ମନ୍ତ ବିଶ୍ଵାଳଙ୍କ ସଭାପତିତ୍ବରେ ପ୍ରତିବାଦ ସଭାରେ ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ଅଗଣତାନ୍ତ୍ରିକ ସରକାର ଚାଲିଛି ବୋଲି ରେଙ୍ଗାଲି ବିଧାୟକ ନାଉରି ନାୟକ କହିଥିଲେ । ସମ୍ପ୍ରତି ରାଜ୍ୟରେ ପଞ୍ଚାୟତ କାର୍ୟ୍ୟାଳୟରୁ ଆରମ୍ଭ କରି ସଚ୍ଚିବାଳୟ ପର୍ଯ୍ୟନ୍ତ ସବୁଠି ପିସି କାରବାର ଚାଲିଛି। ବିନା ଲାଞ୍ଚରେ ଭତ୍ତା, ରାସନ କାର୍ଡ଼, ଶୌଚାଳୟ ଓ ଆବାସ ଭଳି ଓ କୌଣସି ସୁବିଧା ହିତାଧିକାରୀ ପାଉନାହାନ୍ତି। ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ସରପଞ୍ଚ ଓ ସମିତି ସଭ୍ୟଙ୍କ କ୍ଷମତାକୁ ସଙ୍କୁଚିତ କରି ଅନୁଦାନ ହଡ଼ପ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ  ଘର ଟିଏ ପାଇ ପାରୁ ନାହାନ୍ତି। କେନ୍ଦ୍ରରୁ ଗରୀବ ଓ ବାସହରା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଆସୁଥିବା ହଜାର ହଜାର କୋଟି ଟଙ୍କାକୁ ମିଥ୍ୟା ବିଲ୍ କରି ସରକାରୀ ଅଧିକାରୀ ଓ ଶାସକ ଦଳର ନେତା ମନ୍ତ୍ରୀ ବିଧାୟକ ମାନେ ଚଳୁ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଅନିୟମିତତା ପଦାରେ ପଡ଼ିଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନ ଓଡ଼ିଶାବାସୀଙ୍କ ପାଇଁ ନିର୍ଣ୍ଣାୟକ ଲଢ଼େଇ ହେବ । ଏହାସହ ପ୍ରତି ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ, ଭୂମିହୀନଙ୍କୁ ପଟ୍ଟା ବଣ୍ଟନ ଓ ଶିଳ୍ପାୟନ ମାଧ୍ୟମରେ ରୋଜଗାର ନେଇ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବା ବିଧାୟକ ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ ।


ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଦେବେନ୍ଦ୍ର ମହାପାତ୍ର, ରାଧେଶ୍ୟାମ ବାରିକ, ଚନ୍ଦ୍ର ଶେଖର ପଣ୍ଡା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ୍, ନରେନ୍ଦ୍ର ମିଶ୍ର, ରମେଶ ପ୍ରଧାନ, ମନବୋଧ ଭୋଇ, ଦାମୋଦର ଭୋରା ସାଗର, ଦାମୋଦର କର, କ୍ଷମାନିଧି ସାହୁ, ପ୍ରମୁଖ ଅଭିଭାଷଣ ଦେଇଥିଲେ ଓ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ମାନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଦାବୀ ପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗିରିଶ ପଟେଲ, ଡା. ପ୍ରଭାସ ଦେବତା, ମାନସ ରଞ୍ଜନ ବକ୍ସି, ଉତ୍ତମ ବିଶ୍ଵାଳ, ରୁକ୍ମିଣୀ ମହାନନ୍ଦ, ସାଇଲେନ୍ଦ୍ରି ପ୍ରଧାନ, ପ୍ରଭାସିନୀ ହୋତା, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories