www.samajalive.in
Monday, December 15, 2025
17.1 C
Bhubaneswar

କାମାକ୍ଷାନଗର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ବିକାଶ  କାର୍ଯ୍ୟକ୍ରମ

କାମାକ୍ଷାନଗର : କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଯୁବ ବିକାଶ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦକ୍ଷତା ବିକାଶ କ୍ଷେତ୍ରରେ ଯୋଡି ହୋଇଛି କାମାକ୍ଷାନଗର ମହିଳା ମହାବିଦ୍ୟାଳୟ। ମହାବିଦ୍ୟାଳୟର ଅଧ୍ୟକ୍ଷା ବନ୍ଦିତା ମହାନ୍ତିଙ୍କ ସଭାପତିତ୍ୱରେ  ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ଯୋଗ ଦେଇ ଯୁବ ବିକାଶ ସମ୍ପର୍କରେ ଆଲୋକପାତ କରି ସମାଜ ତଥା ରାଜ୍ୟ ଓ ଦେଶର ବିକାଶରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ଦକ୍ଷତା ବିକାଶର ପାରଗମ୍ୟ ପ୍ରତିପାଦିତ କରି ପାରିବେ। ଏଥିସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ି ଭାଗ ନେଇ ପାରିବେ । ଯାହା ଦ୍ବାରା କଲେଜ ମାଧ୍ୟମରେ ନିଜର ପ୍ରତିଭା ଦେଖାଇ ପାରିବେ । ରାଜ୍ୟ ସରକାରଙ୍କ ନୂଆ କରି ଯୁବପିଢୀଙ୍କ ପାଇଁ ଆଣିଥିବା ଏହି ଯୋଜନା ବେଶ ଫଳପ୍ରଦ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଯୁବପିଢ଼ିଙ୍କ ଠାରେ ଥିବା ପ୍ରତିଭାକୁ ନୂଆ ପ୍ଲାଟଫର୍ମ ମାଧ୍ୟମରେ ସାମ୍ନାକୁ ଆଣି ପାରିବେ। ଯାହା ଯୁବପିଢିଙ୍କ ଦକ୍ଷତା ବିକାଶ ଓ ଉନ୍ନତି ପାଇଁ ବେଶ ସହାୟକ ହୋଇପାରିବ। ପ୍ରଥମ ଥର ପାଇଁ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି ଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଆଶିଷ କୁମାର ମହାନ୍ତି, ଡ଼ ରେଣୁକା ପଣ୍ଡା, ଦୀପକ କୁମାର ବିଶ୍ୱାଳ ପ୍ରମୁଖ ଅଧ୍ୟାପକ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories