www.samajalive.in
Sunday, December 14, 2025
26.1 C
Bhubaneswar

ଭାଲିଆଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ସ୍କୁଟି କୁ ଏକ ଟ୍ରକ ପଛରୁ ଧକ୍କା  ଦେଇଥିଲା । ଏଥିରେ  ସ୍କୁଟିରେ ବସିଥିବା ନାବାଳିକା ଶାଳୀର ମୃତ୍ୟୁ ଘଟିଥିବା ବେଳେ ଭିଣୋଇ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମୃତ ନାବାଳିକା ଜଣଙ୍କ ହେଲେ ଜରଡ଼ା ଥାନା ଅଧୀନ ସୁବର୍ଣ୍ଣପୁର ଗାଁର ଲିପା ପ୍ରଧାନ (୧୫) ଏବଂ ଆହତ ଭିଣୋଇ ଟୁନା ପ୍ରଧାନ ବୋଲି ପୋଲିସ ସୂଚନା ଦେଇଛି।
ଗୁରୁବାର ଅପରାହ୍ନରେ ଶାଳୀ ଓ ଭିଣୋଇ ଏକ ସ୍କୁଟି ଯୋଗେ  ଗୋପାଳପୁରରୁ  ଜରଡ଼ା ଅଭିମୁଖେ ଯାଉଥିବା ବେଳେ ଭାଲିଆଗଡ଼ ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ଏକ ଟ୍ରକ ପଛପଟୁ ସ୍କୁଟିକୁ ଧକ୍କା ଦେଇଥିଲା। ଯାହାଫଳରେ ଲିପା ରାସ୍ତାରେ ଛିଟିକି ପଡ଼ିବା ସହ ଟ୍ରକଟି ଲିପାଙ୍କ ଉପରେ ମାଡି ଯାଇଥିଲା, ଘଟଣା ସ୍ଥଳରେ ହିଁ  ଲିପାଙ୍କ ମୃତ୍ୟୁ ଘଟିଥିଲା ।  ସ୍କୁଟି ଚଳାଉ ଥିବା ଭିଣୋଇ ଟୁନା ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଗୋଳନ୍ଥରା ପୁଲିସ ଗୁରୁତର ଟୁନାଙ୍କୁ  ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ  ଚିକିତ୍ସା ନିମନ୍ତେ ପଠାଇଥିଲେ । ମୃତ ଲିପାର ଦେହକୁ  ଗୋଳନ୍ଥରା  ପୁଲିସ ଜବତ କରି  ବ୍ୟବେଚ୍ଛେଦ ପାଇଁ ପଠେଇ ଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ  ଜବତ କରି  ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ଦେଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories