www.samajalive.in
Monday, December 15, 2025
27.1 C
Bhubaneswar

ଏସ୍‍ବିଆଇର ତିନୋଟି ବଡ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‍ବିଆଇ)ର ଉପଭୋକ୍ତା ମାନଙ୍କ ପାଇଁ ୩ଟି ନିୟମର ଶୁକ୍ରବାର ଠାରୁ ବନ୍ଦ ହେବାକୁ ଯାଉଛି। ଏସବିଆଇ ଡିସେମ୍ବର ୧ ତାରିଖରେ ନିଜର ଏହି ୩ଟି ନୂଆ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏହି ନିୟମ ମଧ୍ୟରେ ଉପଭୋକ୍ତା ମାନଙ୍କ ପାଇଁ ଏକ ବଡ ନିୟମ ରହିଛି। ଯେଉଁ ଉପଭୋକ୍ତା ନିଜର ଆକାଉଣ୍ଟ ସହ ମୋବାଇଲ ନମ୍ବର ସଂଯୋଗ କରିନାହାନ୍ତି ସେମାନେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହା କରିବାର ସମୟ ଦିଆଯାଇଥିଲା। ଏହା ନ କଲେ ଗ୍ରାହକ ମାନଙ୍କର ନେଟ ବ୍ୟାକିଂ ବନ୍ଦ ହୋଇଯିବା ନେଇ ଏସବିଆଇ କହିଛି। ନେଟ ବ୍ୟାକିଂ ବନ୍ଦ ହେବା ପରେ ଗ୍ରାହକ ମାନେ ଅନଲାଇନ କିଣାବିକା କରିପାରିବେ ନାହିଁ। ଏସ୍‍ବିଆଇ କହିବା ଅନୁସାରେ ଆରବିଆଇର ନିର୍ଦ୍ଦେଶ ପରେ ଇଣ୍ଟରନେଟ ବ୍ୟାକିଂ ପାଇଁ ମୋବାଇଲ ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ। ଏହି ନିୟମ ବ୍ୟତୀତ ଉପଭୋକ୍ତାମାନେ ନିଜର ୱାଲେଟରେ ଥିବା ସମସ୍ତ ଟଙ୍କା ଉଠାଇନେବା ଦରକାର। କାରଣ ନଭେମ୍ବର ୩୦ ତାରିଖ ପରେ ୱାଲେଟ ବ୍ୟବସ୍ଥା ବନ୍ଦ କରିଦିଆଯିବ।
ଶେଷରେ ପେନସନଧାରୀ ମାନଙ୍କ ପାଇଁ ଏକ ବଡ ପରିବର୍ତ୍ତନ କରାଯାଇଛି। ଯେଉଁ ପେନସନଧାରୀ ମାନେ ଏସ୍‍ବିଆଇ ଦ୍ୱାରା ପେନସନ ରାଶି ପାଉଛନ୍ତି ସେମାନେ ଶୁକ୍ରବାର ସୁଦ୍ଧା ଜୀବନ ପ୍ରମାଣ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉପଭୋକ୍ତା ଏହା ନକଲେ ସେମାନଙ୍କ ପେନସନ ରାଶି ବନ୍ଦ ହୋଇଯିବ ବୋଲି ଏସବିଆଇ କହିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories