www.samajalive.in
Monday, December 15, 2025
27.1 C
Bhubaneswar

ଆମେରିକାର ଶୀର୍ଷ ୫୦ ମହିଳା କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ : ଫୋବର୍ସ ଆମେରିକାର ଅଗ୍ରଣୀ ବୈଷୟିକ କମ୍ପାନୀଙ୍କ ଶୀର୍ଷ ୫୦ ମହିଳା ଅଧିକାରିଣୀଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ୪ ଜଣ ଭାରତୀୟ ବଂଶୋଦ୍ଭବ ମହିଳା ଅଛନ୍ତି। ସେମାନେ ହେଲେ ସିସ୍ମୋର ପୂର୍ବତନ ମୁଖ୍ୟ ବୈଷୟିକ ଅଧିକାରିଣୀ ପଦ୍ମଶ୍ରୀ ୱାରିଅର, ଉବରର ବରିଷ୍ଠ ନିର୍ଦେଶିକା କୋମଳ ମଙ୍ଗତାନି, କୋନଫ୍ଲୁଏଣ୍ଟ ମୁଖ୍ୟ ବୈଷୟିକ ଅଧିକାରିଣୀ ତଥା ସହପ୍ରତିଷ୍ଠାତା ନେହା ରନଖେଡେ ଏବଂ ଡ୍ରବ୍ରିଜ୍‍ କମ୍ପାନୀର ସିଇଓ ଓ ପ୍ରତିଷ୍ଠାତା କାମାକ୍ଷୀ ଶିବରାମକୃଷ୍ଣନ।
ପଦ୍ମଶ୍ରୀ ୱାରିଅର (୫୮) ଏବେ ଚୀନର ମୂଳ କମ୍ପାନୀ ନିୟୋର ଆମେରିକା ଶାଖା ମୁଖ୍ୟ ଅଛନ୍ତି। ସେ ଚଳିତ ବର୍ଷ ଡିସେମ୍ବର ୧୭ରେ କମ୍ପାନୀରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ସେ ଆମେରିକାର ଟେକ୍‍ କମ୍ପାନୀ ସିସ୍କୋରେ ମୁଖ୍ୟ ବୈଷୟିକ ଅଧିକାରିଣୀ ଥିଲେ। ସେ ସିସ୍କୋ ବିକ୍ରିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମାଇକ୍ରୋସଫ୍ଟ ବୋର୍ଡରେ ମଧ୍ୟ ଅଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜନ୍ମିତ ପଦ୍ମଶ୍ରୀ ଦିଲ୍ଲୀ ଆଇଆଇଟି ଛାତ୍ରୀ ଥିଲେ।
କୋମଲ ମଙ୍ଗତାନି (୪୩) ଉବରର ବରିଷ୍ଠ ନିର୍ଦେଶିକା ତଥା ବିଜନେସ୍‍ ଇଣ୍ଟେଲିଜେନ୍ସ ବିଭାଗର ମୁଖ୍ୟ ଅଧିକାରିଣୀ। କୋମଲ ଉବର ମହିଳା ଏନ୍‍ଜିଓ ବୋର୍ଡରେ ମଧ୍ୟ ଅଛନ୍ତି। ସେ ଗୁଜରାଟସ୍ଥିତ ଧର୍ମସିଂହ ଦେସାଇ ଇନଷ୍ଟଚ୍ୟୁଟ୍‍ ଅଫ ଟେକ୍ନୋଲେଜିରେ ପାଠ ପଢିଛନ୍ତି।
ନେହା ନରଖେଡେ (୩୨) ଲିଙ୍କ୍‍ଇନରେ ସଫ୍ଟୱେର ଇଞ୍ଜିନିୟର ଭାବେ ଚାକିରି କରିବା ସମୟରେ କୋନଫ୍ଲୁଏଣ୍ଟର ଏକ ସଫ୍ଟୱେର ପ୍ରସ୍ତୁତ କରିବାରେ ସହଯୋଗ କରିଥିଲେ। ଏହି ଡେଟା ପ୍ରୋସେସିଂ ସଫ୍ଟୱେର କୋନଫ୍ଲୁଏଣ୍ଟର ବ୍ୟବସାୟ ବୃଦ୍ଧିରେ ଅନେକ ସହାୟକ ହୋଇଛି। ନେହା ପୁଣେ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
କାମାକ୍ଷୀ ଶିବରାମକୃଷ୍ଣନ (୪୩) ଡ୍ରବ୍ରିଜ୍‍ କମ୍ପାନୀର ସିଇଓ ଓ ପ୍ରତିଷ୍ଠାତା ଅଛନ୍ତି। ସେ ୨୦୧୦ରେ ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ। ଡ୍ରବ୍ରିଜ୍‍ ଲୋକ କେଉଁ ଉପକରଣ ବ୍ୟବହାର କରୁଛନ୍ତି, ତାହା ଚିହ୍ନଟ କରିଥାଏ। ସେ ମୁମ୍ବଇରୁ ପାଠ ପଢିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories