www.samajalive.in
Monday, December 15, 2025
14.1 C
Bhubaneswar

ଆଧାରରୁ ଧରାପଡିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସତର୍କତା ଆୟୋଗ (ସିବିସି) ‘ଆଧାର’ ଜରିଆରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ଧରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି । ଭିଜିଲାନ୍ସ କମିଶନର କେବି ଚୌଧୁରୀ ରିବବାର ସୂଚନା ଦିଆଯାଇଛି ଯେ ବିଭିନ୍ନ ପ୍ରକାର ଆର୍ଥିକ ନେଣଦେଣ ଏବଂ ସଂପତ୍ତି ଡିଲ୍‌ ପାଇଁ ଆଧାର ବାଧ୍ୟତାମୂଳକ ହୋଇଛି । ଫଳରେ ଏହାଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିହେବ । ଆଧାର ଜରିଆରେ ସେମାନଙ୍କୁ ବେଆଇନ ଆୟକୁ ଆକଳନ କରିହେବ। ଏଥିପାଇଁ ଏକ ସଫ୍ଟୱେୟାର ବିକାଶ କରିବାର ଯୋଜନା ରହିଛି । ପ୍ୟାନ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ଆଧାର ଜରିଆରେ ଜଣେ ବ୍ୟକ୍ତିଙ୍କ ଆର୍ଥିକ ନେଣଦେଣ ତାଙ୍କ ରୋଜଗାରଠାରୁ ଅଧିକ କି ନୁହେଁ, ତାହା ଜାଣହେବ। କୌଣସି ଦୁର୍ନୀତି ଓ ଲାଞ୍ଚ ନେବା ଭଳି ମାମଲାର ତଦନ୍ତ ବେଳେ ଆଧାର ଜରିଆରେ ସବୁ ବିଭାଗକୁ ଗୋଟିଏ ଥରରେ ସଂଯୋଗ କରିହେବ । ଆଧାର ବ୍ୟବହାର ଦ୍ୱାରା ଆବଶ୍ୟକ ତଥ୍ୟ ସଂଗ୍ରହ କରିହେବ । ଲୋକଙ୍କ ସ୍ଥାବର ସମ୍ପତ୍ତି ଏବଂ ଅଂଶଧନ ସମ୍ପର୍କିତ କାରବାର ତଥ୍ୟ ଆୟକର ବିଭାଗ, ପଞ୍ଜିକରଣ ବିଭାଗ, ଫାଇନାନ୍ସିଆଲ ଇଣ୍ଟେଲଜେନ୍ସ ୟୁନିଟ (ଏଫଆଇୟୁ) ଏବଂ ଅନ୍ୟ ସରକାରୀ ଏଜେନ୍ସିରେ ଉପଲବ୍ଧ ରହିଛି । ଏବେ ଆଧାର ଦ୍ୱାରା ଏସବୁ ତଥ୍ୟ ମିଳିପାରିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories