www.samajalive.in
Tuesday, December 9, 2025
16.1 C
Bhubaneswar

ଦିନରେ ଚିକେନ ବେପାରୀ, ରାତିରେ ଗାଡ଼ି ଚୋର

ଗୁରୁଡ଼ିଝାଟିଆ: ଦିନରେ ଖୁଣ୍ଟୁଣୀ ବଜାରରେ ଚିକେନ ବ୍ୟବସାୟ ଓ ରାତିରେ ବିଭିନ୍ନ ଜିଲ୍ଲାରୁ ବାଇକ ଚୋରିକରି ବିକ୍ରୟ କରୁଥିବା କୁଖ୍ୟାତ ଆନ୍ତଃଜିଲ୍ଲା ବାଇକଚୋରି ଦଳର ମୁଖ୍ୟ ରାକିବ୍‌‌ ଖାନ୍‌‌ ନାମକ ଯୁବକକୁ ଖୁଣ୍ଟୁଣୀ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ତା’ ନିକଟରୁ ୮ଟି ବାଇକ ଜବତ କରାଯାଇଛି। ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଓ ଉପନିରୀକ୍ଷକ ଡଃ ବିକାଶ କୁମାର ସେଠୀ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର ମାଣିତ୍ରୀ ଗ୍ରାମର ରାକିବ୍‌‌ ଖାନ୍‌‌ ନାମକ ଯୁବକ ବାଇକ ଚୋରି ରାକେଟର ମାଷ୍ଟରମାଇଣ୍ଡ। ସେ ଚୋରିଦଳ ତିଆରି କରି ବିଭିନ୍ନ ରାଜ୍ୟମାନଙ୍କୁ ଚୋରି ହୋଇଥିବା ବାଇକକୁ ଖୁଣ୍ଟୁଣୀକୁ ଆଣିଥାଏ। ସେଠାରୁ ସାଲେପୁର, ଆଠଗଡ଼ ଓ ଢେଙ୍କାନାଳ ଆଦି ସ୍ଥାନରେ ବିକ୍ରୟ କରିଥାଏ। ତେଣୁ ଅଭିଯୁକ୍ତ ରାକିବ୍‌କୁ ଗିରଫ କରିବା ପାଇଁ ଅତର୍କିତ ଭାବରେ ଚଢାଉ କରାଯାଇଥିଲା। ଅଭିଯୁକ୍ତ ରାକିବ୍‌‌ କିଛି ବୁଝିବା ପୂର୍ବରୁ ଖୁଣ୍ଟୁଣୀ ନିକଟରେ ଥିବା ତା’ର ଚିକେନ କାଉଣ୍ଟରରୁ ଖୁଣ୍ଟୁଣୀ ପୁଲିସ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ରୟ କରିଥିବା ଓ ଗଚ୍ଛିତ ରଖିଥିବା ୮ଟି ଚୋରା ବାଇକକୁ ଜବତ କରିଛି। ଦୀର୍ଘଦିନ ଧରି ଆନ୍ତଃଜିଲ୍ଲା ଗାଡ଼ି ଡକାୟତ ଦଳର ମୁଖ୍ୟ ହିସାବରେ କାର୍ଯ୍ୟ କରୁଥିବା ରାକିବ୍‌ର ଏହି କଳା କାରନାମା ସଂପର୍କରେ କେହି ଜାଣିପାରି ନ ଥିଲେ। ସମସ୍ତଙ୍କ ନଜରରୁ ହଟାଇବା ପାଇଁ ସେ ଦିନରେ ଚିକେନ ବିକ୍ରୟ କରୁଥିଲା। ସ୍ଥାନୀୟ ଅଞ୍ଚଳରେ ସେ ଚିକେନ ବ୍ୟବସାୟୀ ଭାବେ ପରିଚିତ ଥିଲା। ହେଲେ ତା’ ନିକଟରୁ ଏତେ ସଂଖ୍ୟକ ଚୋରା ବାଇକ ଜବତ ହେବା ଓ ବିଭିନ୍ନ ଜିଲ୍ଲାର ବାଇକ ଚୋରିଦଳର ସଦସ୍ୟଙ୍କୁ ହାତକରି ଏଭଳି କଳା କାରନାମା କଥା କେହି ଜାଣିନଥିଲେ। ଆଜି ଅଭିଯୁକ୍ତର ଅସଲ ରୂପ ଧରାପଡ଼ିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌‌ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ଡଃ ସେଠୀ କହିଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories