www.samajalive.in
Sunday, December 7, 2025
23.1 C
Bhubaneswar

କ୍ଷୀର ସହ ଏହି ଦ୍ରବ୍ୟର ସେବନ ବର୍ଜନୀୟ

ପ୍ରାୟତଃ ପତଳା ଲୋକ ଓଜନ ବଢାଇବା ପାଇଁ କ୍ଷୀର ସହ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଲୋକମାନେ ତାକୁ ମଧ୍ୟ ଖାଇ ଥାଆନ୍ତି। ଏହି ଭୁଲ ରୋଗର କାରଣ ହୋଇଥାଏ। କିଛି ଏପରି ଖାଦ୍ୟଦ୍ରବ୍ୟ ଅଛି ଯାହା କ୍ଷୀର ସହ ଖାଇବା ଅନୁଚିତ। ଆସନ୍ତୁ ଜାଣିବା ସେହି ବିଷୟରେ ..

କ୍ଷୀର ସହ କେବେ ବି ଭୁଲରେ ଖଟା ଦ୍ରବ୍ୟ ଖାଆନ୍ତୁ ନାହିଁ। ଏପରି କରିବା ଦ୍ବାରା ଖାଦ୍ୟ ଡେରିରେ ହଜମ ହୋଇଥାଏ। ଏବଂ ବେଳେବେଳେ ବାନ୍ତି ମଧ୍ୟ ହୋଇଯାଏ।

- Advertisement -

ପ୍ରାୟତଃ ଲୋକମାନେ କ୍ଷୀର ସହ ପାଉଁରୁଟି ଓ ବଟର ଖାଆନ୍ତୁ ନାହିଁ। ଏପରି କରିବା ଦ୍ବାରା ଗ୍ୟାସ ଜନିତ ସମସ୍ୟା ଦେଖା ଦେଇଥାଏ। ପେଟ ଓଜନିଆ ଲାଗିଥାଏ। କ୍ଷୀରରେ ସମସ୍ତ ପ୍ରକାର ପ୍ରୋଟିନ ରହିଛି। ଆୟୁର୍ବେଦ ଅନୁଯାୟୀ, ପ୍ରୋଟିନ, କାର୍ବୋହାଇଡ୍ରେଡ ଓ ଫ୍ୟାଟକୁ ଅଧିକ ମାତ୍ରାରେ ସେବନ କରିବା ଅନୁଚିତ।

କ୍ଷୀର ସହ କଦଳୀ ଖାଇବା ଅନୁଚିତ। ଏହା କଫ ସମସ୍ୟା ସୃଷ୍ଟି କରିଥାଏ। ଏହାସହ ପାଚନ କ୍ରିୟାରେ ସମସ୍ୟା ଦେଖା ଦେଇଥାଏ।

କ୍ଷୀର ସହ ଭୁଲରେ ମଧ୍ୟ ମାଛ ଖାଆନ୍ତୁ ନାହିଁ। ମାଛ ଖାଇ ସାରିବା ପରେ ମଧ୍ୟ କ୍ଷୀର ପିଅନ୍ତୁ ନାହିଁ। କୁହାଯାଇଛି ଯେ, ଏପରି କରିବା ଦ୍ବାରା ମୁହଁରେ ଧଳା ଦାଗ ପରି ଚିହ୍ନ ହୋଇଯାଏ।

କ୍ଷୀର ଓ ଦହିକୁ କେବେ ମଧ୍ୟ ଏକା ସହ ଖାଆନ୍ତୁ ନାହିଁ। ଏହାକୁ ଏକା ସହ ଖାଇବା ଦ୍ବାରା ଏସିଡିଟି ଓ ବାନ୍ତି ପରି ସମସ୍ୟା ଦେଖା ଦେଇଥାଏ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories