www.samajalive.in
Monday, December 15, 2025
17.1 C
Bhubaneswar

ଡିସେମ୍ବର ୧୦ରୁ ଧାନକିଣା ଆରମ୍ଭ

ନବରଙ୍ଗପୁର: ମିଶନଶକ୍ତି ହଲ ଠାରେ ଜିଲା ଧାନ କ୍ରୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଡ଼ଃ.କମଳ ଲୋଚନ ମିଶ୍ର ଅଧକ୍ଷତା କରିଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢୀ ଯୋଗ ଦେଇଥିଲେ। ଜିଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ ଗତ ବର୍ଷର ବିବରଣୀ ପାଠ କରିଥିଲେ। ଗତ ବର୍ଷ ଜିଲାର ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ ପାଇଥିଲା। ସାଂସଦ ପ୍ରତିନିଧି ଶ୍ରୀ ପାଢ଼ୀ ଆରଏମସି ଦ୍ୱାରା ମଣ୍ଡିରେ ଚାଷୀଙ୍କ ପାଇଁ କୌଣସି ସୁବିଧା କରାଯାଉନଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆରଏମସି ସମ୍ପାଦକଙ୍କୁ ମଣ୍ଡିରେ ଆଣ୍ଠେଇ ଦେବେ ବୋଲି ଧମକ ଦେଇଥିଲେ।

ଚଳିତ ବର୍ଷ ମଣ୍ଡିରେ ୨,୦୮,୨୦୯ ମେଟ୍ରିକ ଟନ ଧାନ କିଣାଯିବାକୁ ଟାର୍ଗେଟ ଆସିଛି। ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇବ ବୋଲି ଜିଲାପାଳ ଡ଼ଃ. ମିଶ୍ର କହିଥିଲେ। ପ୍ରତି ମଣ୍ଡିରେ ଚାଷୀଙ୍କ ସୁବିଧା ପାଇଁ ଦରି, ଚୌକି, ଲାଇଟ, ପିଇବା ପାଣି ଯୋଗାଇ ଦିଆଯିବ। ସିସି କ୍ୟାମେରା ମଧ୍ୟ ଲାଗିବ। ଚଳିତ ବର୍ଷ ୧୩ ଟି ଲ୍ୟାମ୍ସ, ୪୫ ଟି ମହିଳା ଏସଏଚଜି ଓ ୨ଟି ପାଣିପଞ୍ଚାୟତ ଧାନ କିଣିବ। ମୋଟ ୪୫୮୦୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଜିଲାର ୮୬ଟି ମିଲ ଧାନ କିଣିଥିବା ବେଳେ ୪୭ଟି ମିଲ ଶତ ପ୍ରତିଶତ ଚାଉଳ ଦେଇଛି। ୨୦ଟି ମିଲ ୮୦ରୁ ଅଧିକ ପ୍ରତିଶତ ଦେଇଛି। ଅନ୍ୟ ୧୪ଟି ମିଲ ୭୦ ପ୍ରତିଶତରୁ କମ ଦେଇଛି। ତେଣୁ ଯେଉଁ ମିଲ ଶତପ୍ରତିଶତ ଚାଉଳ ଦେଇ ନ।ହାନ୍ତି, ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories