www.samajalive.in
Sunday, December 14, 2025
23.1 C
Bhubaneswar

ଭୀମଭୋଇ ଭିନ୍ନକ୍ଷମ ଶିବିର ପାଇଁ ସଚେତନତା

ଆଠଗଡ଼: ଆଠଗଡ଼ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆସନ୍ତା ୨୨ତାରିଖରେ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ଲକର ସମସ୍ତ ପଞ୍ଚାୟତରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ଜୋରନ୍ଦା ସେକ୍ଟର ଅନ୍ତର୍ଗତ ଜୋରନ୍ଦା ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଓ ସଚେତନତା କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ପ୍ରତି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ ଓ ଗାଁ କଲ୍ୟାଣ ସମିତି ସଭ୍ୟମାନଙ୍କୁ ନେଇ ବ୍ୟାପକ ଜନସଚେତନତା ଅଭିଯାନ କରାଯାଉଛି। ଜୋରନ୍ଦାଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଶ୍ରୀ ଅସମଲଙ୍କ ସମେତ ବ୍ରହ୍ମପୁର ସିଏଚସିର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ ଯୋଗଦେଇ ଯେଉଁ ଭିନ୍ନକ୍ଷମମାନେ ପ୍ରମାଣପତ୍ର ପାଇନାହାଁନ୍ତି ଅଥବା ହାତଲେଖା ପ୍ରମାଣପତ୍ର ପାଇଛନ୍ତି ସେମାନେ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର ମାଧ୍ୟମରେ ୨୨ତାରିଖ ପୂର୍ବରୁ ଅନଲାଇନରେ ଆବେଦନ କରିବା ପାଇଁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁମାନେ ଅନଲାଇନ ଆବେଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ ସେମାନଙ୍କୁ ଅଙ୍ଗନବାଡି ଓ ଆଶାକର୍ମୀମାନେ ସହଯୋଗ କରିବେ। ଏହି ଭିନ୍ନକ୍ଷମ ଶିବିରରେ କିପରି ଅଧିକରୁ ଅଧିକ ଦିବ୍ୟାଙ୍ଗ ଯୋଗଦେଇ ସେମାନଙ୍କର ପରୀକ୍ଷା ନିରୀକ୍ଷା ଓ ଯାଞ୍ଚ କରାଇ ଉପକୃତ ହୋଇପାରିବେ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ଜୋରନ୍ଦା ପଞ୍ଚାୟତ ଅଞ୍ଚଳରେ ଶୋଭାଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories