www.samajalive.in
Sunday, December 14, 2025
26.1 C
Bhubaneswar

ଭୀମଭୋଇ ଭିନ୍ନକ୍ଷମ ଶିବିର ପାଇଁ ସଚେତନତା

ଆଠଗଡ଼: ଆଠଗଡ଼ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆସନ୍ତା ୨୨ତାରିଖରେ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ଲକର ସମସ୍ତ ପଞ୍ଚାୟତରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ଜୋରନ୍ଦା ସେକ୍ଟର ଅନ୍ତର୍ଗତ ଜୋରନ୍ଦା ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଓ ସଚେତନତା କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ପ୍ରତି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ ଓ ଗାଁ କଲ୍ୟାଣ ସମିତି ସଭ୍ୟମାନଙ୍କୁ ନେଇ ବ୍ୟାପକ ଜନସଚେତନତା ଅଭିଯାନ କରାଯାଉଛି। ଜୋରନ୍ଦାଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଶ୍ରୀ ଅସମଲଙ୍କ ସମେତ ବ୍ରହ୍ମପୁର ସିଏଚସିର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ ଯୋଗଦେଇ ଯେଉଁ ଭିନ୍ନକ୍ଷମମାନେ ପ୍ରମାଣପତ୍ର ପାଇନାହାଁନ୍ତି ଅଥବା ହାତଲେଖା ପ୍ରମାଣପତ୍ର ପାଇଛନ୍ତି ସେମାନେ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର ମାଧ୍ୟମରେ ୨୨ତାରିଖ ପୂର୍ବରୁ ଅନଲାଇନରେ ଆବେଦନ କରିବା ପାଇଁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁମାନେ ଅନଲାଇନ ଆବେଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ ସେମାନଙ୍କୁ ଅଙ୍ଗନବାଡି ଓ ଆଶାକର୍ମୀମାନେ ସହଯୋଗ କରିବେ। ଏହି ଭିନ୍ନକ୍ଷମ ଶିବିରରେ କିପରି ଅଧିକରୁ ଅଧିକ ଦିବ୍ୟାଙ୍ଗ ଯୋଗଦେଇ ସେମାନଙ୍କର ପରୀକ୍ଷା ନିରୀକ୍ଷା ଓ ଯାଞ୍ଚ କରାଇ ଉପକୃତ ହୋଇପାରିବେ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ଜୋରନ୍ଦା ପଞ୍ଚାୟତ ଅଞ୍ଚଳରେ ଶୋଭାଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories