ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ମେଡ଼ିକାଲରେ ଘଟିଛି ବିଚିତ୍ର ଘଟଣା। ମୁଣ୍ଡ ଓ ହାତ ନଥିବା ଶିଶୁ କନ୍ୟା ଜନ୍ମ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଗୁଗାମ ମୁନ୍ଦୁୟ ନାମକ ଜୈନେକ ଗର୍ଭବତୀ ମହିଳା ୨ଟି ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଜନ୍ମିତ ଗୋଟିଏ ଶିଶୁକନ୍ୟାର ମୁଣ୍ଡ ଓ ହାତ ନଥାଇ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି।
ସୀମାନ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣସଡ଼ିହା ଗ୍ରାମପଞ୍ଚାୟତ ବଣିଆଁଯୋଡି ଗାଁର ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମଙ୍କ ଆମ୍ବୁଲାନ୍ସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଆଉ ଏକ ମୃତ ଅବସ୍ଥାରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ଉକ୍ତ ଶିଶୁ କନ୍ୟାଟିର ମୁଣ୍ଡ ହାତ ନଥିବା ବେଳେ ମୃତ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସୁଦଗାମ ମୁନ୍ଦୁଆଁଙ୍କ ୪ର୍ଥ ଗର୍ଭରୁ ଏହି ୨ ଶିଶୁ ଜନ୍ମଲାଭ କରିଥିବାର ଜଣା ପଡ଼ିଛି। ପ୍ରଥମେ ଜନ୍ମ ହୋଇଥିବା ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।



