ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷ ପରିସରରେ ବିଶ୍ବବିଦ୍ୟାଳୟ ଏନ ଏସ ଏସ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୋଲିସ ଡିଏସପି ତଥା ସେଇବର ସେଲ ମୁଖ୍ୟ ଅକ୍ଷୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର ଠକେଇର ବିଭିନ୍ନ ପ୍ରାରୂପ ତଥା ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ଉପଭୋକ୍ତାମାନେ ବିଭିନ୍ନ ଆଳରେ କିପରି ଠକାମିର ଶିକାର ହୋଇଛନ୍ତି ସେନେଇ ଛାତ୍ରଛାତ୍ରୀଙ୍କୁ ଉଦାହରଣ ସହ ବୁଝାଇଥିଲେ। ଏହାସହ ସ୍ମାର୍ଟ ଫୋନରେ ଥିବା ବିଭିନ୍ନ ସାଇବର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବହାର କରି କିପରି ଛାତ୍ରଛାତ୍ରୀମାନେ ଠକାମୀରୁ ରକ୍ଷା ପାଇ ପାଇବେ ସେନେଇ ମତବ୍ୟକ୍ତ କରିଥିଲେ।
Popular Categories



