www.samajalive.in
Monday, December 15, 2025
27.1 C
Bhubaneswar

ପାଣିପାଗ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜଳସଂପଦର ସୁପରିଚାଳନା ପାଇଁ ପାଣିପାଗଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ କରାଯିବ। ବର୍ଷା, ନଦୀଜଳ ଓ ଜଳାଶୟ ମାନଙ୍କର ଜଳଧାରଣ କ୍ଷମତାର ସଠିକ ସମୟାନୁକ୍ରମିକ ତଥ୍ୟ ସଂଗ୍ରହ କରାଯାଇ ଏହାର ବୈଜ୍ଞାନିକ ବିଶ୍ଳେଷଣ କରାଯିବ।

ରାଜ୍ୟ ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଦ୍ୱାରା ଜଳସମ୍ପଦ ବିଭାଗର ଦକ୍ଷତା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇବ। ଏହି କେନ୍ଦ୍ରରେ ପାଣିପାଗ, ବର୍ଷା, ନଦୀ ମାନଙ୍କର ଜଳପ୍ରବାହ, ଭୂତଳ ଜଳ ତଥା ଜଳାଶୟ ମାନଙ୍କରେ ଉପଲବ୍ଧ ହେଉଥିବା ଜଳର ଆକଳନ ଆଦିର ତଥ୍ୟ କମ୍ପ୍ୟୁଟର ମାଧ୍ୟମରେ ସଂଗ୍ରହ କରାଯିବା ସହିତ ଏହାର ବୈଜ୍ଞାନିକ ବିଶ୍ଳେଷଣ କରାଯାଇପାରିବ। ଜଳସଂପଦ ବିଭାଗ, ସୂଚନା ପ୍ରଯୁକ୍ତି ଓ ଜଳବିଜ୍ଞାନର ସହାୟତାରେ ଏ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ, ସଂରକ୍ଷଣ ତଥା ବିଶ୍ଳେଷଣ କରାଯିବ।
ରାଜ୍ୟ ଜଳବିଜ୍ଞାନ କେନ୍ଦ୍ରର ପରିଚାଳନା, ବିଭାଗର ତୃଣମୂଳସ୍ତର ତଥା ଆନ୍ତଃ ବିଭାଗୀୟ ସମନ୍ୱୟ ରକ୍ଷା, ବନ୍ୟା ବିପର୍ଯ୍ୟୟ ସମୟରେ 24 ଘଣ୍ଟିଆ ତଦାରଖ ଓ ନିର୍ଦ୍ଦେଶନା କାର୍ଯ୍ୟ ନିର୍ବାହ କରିବା ପାଇଁ ଏକ ସମନ୍ବିତ ନିର୍ଦ୍ଦେଶ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଗଠନ କରାଯାଇଛି । ଜଳସମ୍ପଦ ବିଭାଗର ସୂଚନା ଓ ଜଳବିଜ୍ଞାନରେ ବିଶେଷ ରୁଚି ରଖିଥିବା ଯନ୍ତ୍ରୀମାନେ ଏଥିରେ ନିୟୋଜିତ ହୋଇଛନ୍ତି। ଜଳସମ୍ପଦ ବିଭାଗ (ରାଜୀବ ଭବନ)ର ୮ମ ମହଲାରେ ଆନୁଷଙ୍ଗିକ ସୁବିଧା ସହ ଏହି ତଥ୍ୟ କେନ୍ଦ୍ର ଅବସ୍ଥାପିତ ହୋଇଛି।

- Advertisement -

ସୂଚନାଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବା ପାଇଁ ଜଳସଂପଦର ବିକାଶ ସହିତ ଜଳ ସୁପରିଚାଳନାର ଗୁରୁତ୍ଵ ଯଥେଷ୍ଟ ବୃଦ୍ଧି ପାଇଛି। ୫ଟି ଉପକ୍ରମର ପ୍ରୟୋଗରେ ଜଳସଂପଦ ବିଭାଗ ଏହି ଆହ୍ଵାନକୁ ମୁକାବିଲା କରିବାକୁ ଅନେକାଂଶରେ ସକ୍ଷମ ହୋଇପାରିଛି। ଦୈନନ୍ଦିନ ଏବଂ ବର୍ଷାଋତୁରେ ଘଣ୍ଟାପ୍ରତି ସଂଗୃହିତ ଏହି ତଥ୍ୟ ସମୂହରୁ ଜଳଉତ୍ସ ଗୁଡିକର ମୂଲ୍ୟାଙ୍କନ,ବର୍ଷା ପୂର୍ବାନୁମାନ, ବର୍ଷାଜନିତ ବିପର୍ଯ୍ୟୟ ପରିଚାଳନା, କୃଷି ପାଇଁ କେନାଲ ମାଧ୍ୟମରେ ଜଳ ଯୋଗାଣ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳଭଣ୍ଡାର ମାନଙ୍କର ପରିଚାଳନା ଆଦି କାର୍ଯ୍ୟ ଏହି ଜଳବିଜ୍ଞାନ ତଥ୍ୟ କେନ୍ଦ୍ରମାଧ୍ୟମରେ କରାଯିବ। ଏତଦ୍ ବ୍ୟତିତ କୃଷି ଓ କୃଷକ ସଶକ୍ତିକରଣ,ସ୍ଵତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ଆନ୍ତଃ ବିଭାଗୀୟ ବ୍ୟବହାର ଓ ବିଶ୍ଳେଷଣ ପାଇଁ ଜଳବିଜ୍ଞାନ କେନ୍ଦ୍ରର ତଥ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ଜଳସମ୍ପଦ ବିଭାଗ ୱାଟର ଇଆରପି ପୋର୍ଟାଲର ପରିକଳ୍ପନା ଓ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories