www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇଲା ଡିଏମଏଫ କେନ୍ଦୁଝର ଷ୍ଟଲ

କେନ୍ଦୁଝରଗଡ଼ : ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ନଭେମ୍ବର ୧୪ ତାରିଖରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍) ଆରମ୍ଭ ହୋଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହି ମେଳାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡିଏମ୍ଏଫ ଜିଲା ଭାବରେ ଷ୍ଟଲ ଖୋଲିବା ପାଇଁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲାକୁ ଚୟନ କରାଯାଇଥିଲା। ଆଇଆଇଟିଏଫର ମାଇନିଂ ପାଭିଲିୟନସ୍ଥିତ ହଲ-ନଂ ୫ରେ ଡିଏମ୍ଏଫ୍ କେନ୍ଦୁଝରର ଷ୍ଟଲ ଖୋଲିଛି। ଏହି ଷ୍ଟଲରେ ଜିଲାରେ ଡିଏମ୍ଏଫ୍ ସହଯୋଗରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଦର୍ଶିତ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଏଆରଭିଆର୍ ମାଧ୍ୟମର ବ୍ୟବସ୍ଥା କରାଯାଇଛି । ଏହି ହେଡସେଟକୁ ମୁଣ୍ଡରେ ପିନ୍ଧି ଷ୍ଟଲ ବୁଲିବାକୁ ଆସୁଥିବା ଲୋକେ ବିଭିନ୍ନ ପ୍ରକଳ୍ପସ୍ଥଳିର ଗତିଶୀଳ ଏବଂ ଉଜ୍ଜ୍ୱଳ ଥ୍ରୀଡି ଦୃଶ୍ୟ ଦେଖିବାକୁ ପାଉଛନ୍ତି। ଯାହା ସେମାନଙ୍କୁ ବେଶ୍ ଆମୋଦିତ କରୁଛି । ସେହିଭଳି ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଡିଏମ୍ଏଫ୍ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଉପରେ ପ୍ରସ୍ତୁତ ଭିଡିଓ ଡକ୍ୟୁମେଣ୍ଟାରୀକୁ ମଧ୍ୟ ଷ୍ଟଲରେ ପ୍ରଦର୍ଶିତ କରାଯାଉଛି । ଏଥିସହ ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି, ଶିଶୁଯତ୍ନ, ଭିନ୍ନକ୍ଷମ ସଶକ୍ତିକରଣ ଆଦି କ୍ଷେତ୍ର ଉପରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସବୁକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର ଲିଫଲେଟ୍ ମଧ୍ୟ ଷ୍ଟଲ ବୁଲିବାକୁ ଆସୁଥିବା ବ୍ୟକ୍ତିବିଶେଷ ଏବଂ ଅତିଥିମାନଙ୍କୁ ପ୍ରଦାନ କରାଯାଉଛି।

ଡିଏମ୍ଏଫ୍ କେନ୍ଦୁଝରର ବିଭିନ୍ନ କାର୍ଯ୍ୟକ୍ରମକୁ ଦର୍ଶାଇବା ସହ ଏହି ଷ୍ଟଲରେ କେନ୍ଦୁଝର ଜିଲାର ନିଜସ୍ୱ ଉତ୍ପାଦ ମଧ୍ୟ ସ୍ଥାନିତ ହୋଇଛି। ଭଗାମୁଣ୍ଡା ଟସର ସିଲ୍କ ପାର୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ରେସମ ସାମଗ୍ରୀ, ଟସର ଖୋସାରୁ ପ୍ରସ୍ତୁତ କାନଫୁଲ, କାଗଜ ପ୍ରସ୍ତୁତ ହସ୍ତଶିଳ୍ପ, କୁଲା ଏବଂ ମିଲେଟ୍ ପ୍ରସ୍ତୁତ ବିଭିନ୍ନ ବିସ୍କୁଟ, କେକ୍ ଇତ୍ୟାଦି ଷ୍ଟଲରେ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଛି। ବିଶେଷକରି ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ଅଧିକାଂଶ ଲୋକେ ପସନ୍ଦ କରୁଛନ୍ତି । ଚାହିଦାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ମିଲେଟ୍ ଖାଦ୍ୟ ସାମଗ୍ରୀ ଦିଲ୍ଲୀ ପଠାଯାଇଛି । ଏସବୁ ସାମଗ୍ରୀ ବିକ୍ରି କରିବା ଲାଗି ଜିଲାରୁ ୬ ଜଣ ମିଶନ ଶକ୍ତି ଏସଏଚଜି ମା’ଙ୍କୁ ଚୟନ କରାଯାଇଛି। ତିନୋଟି ପର୍ଯ୍ୟାୟରେ ଜିଲା ପ୍ରଶାସନ ତରଫରୁ ଦୁଇଜଣ ଲେଖାଏଁ ଅଧିକାରୀ ଏବଂ ମିଶନ ଶକ୍ତି ମାଆ ଦିଲ୍ଲୀ ଗସ୍ତ କରିବେ। ଉଦଘାଟନୀ ଦିବସରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ ଭି.ଏଲ.କାନ୍ତାରାଓଙ୍କ ସମ୍ମାନଜନକ ଉପସ୍ଥିତି ଡିଏମ୍ଏଫ୍ କେନ୍ଦୁଝର ଷ୍ଟଲରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ପ୍ରଦର୍ଶନୀ ଦେଖି ଭୂୟସୀ ପ୍ରଶଂସା କରିଥିଲେ। ଏଥିସହ ଷ୍ଟଲ ପରିଦର୍ଶନରେ ଆସୁଥିବା କେନ୍ଦ୍ର ସରକାରଙ୍କ ବହୁ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ମଧ୍ୟ ଡିଏମ୍ଏଫ୍ କେନ୍ଦୁଝରର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଅଭିନବ ଢଙ୍ଗରେ ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା କାର୍ଯ୍ୟକାରୀ କରାଇ ଖଣି ପ୍ରଭାବିତ ଅଞ୍ଚଳ ଲୋକଙ୍କ ଜୀବନରେ ସକରାତ୍ମକ ରୂପାନ୍ତର ଆଣିବା ଦିଗରେ ଡିଏମ୍ଏଫ୍ କେନ୍ଦୁଝର କାର୍ଯ୍ୟ ଜାରି ରଖିଛି। ଚଳିତବର୍ଷ ଆଇଆଇଟିଏଫର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍- ବାଣିଜ୍ୟ ଦ୍ୱାରା ଏକତ୍ରିତ’ ଏବଂ ମାଇନିଂ ପାଭିଲିଅନର ଟ୍ୟାଗଲାଇନ୍ “କନେକ୍ଟିଙ୍ଗ୍ ବିଅଣ୍ଡ୍ ମାଇନିଂ’ ଯାହାକି ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ କେନ୍ଦୁଝର ଜିଲାରେ ଜାରି ରହିଥିବା ପ୍ରୟାସର ବ୍ୟାପକ ଦୃଷ୍ଟିକୋଣ ଏବଂ ପ୍ରଭାବକୁ ପ୍ରତିଫଳିତ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories