www.samajalive.in
Sunday, December 14, 2025
19.1 C
Bhubaneswar

ମହାମୁକାବିଲା : ବିଶ୍ବକପ ଟ୍ରଫିଠାରୁ ଆଉ ପାଦେ ଦୂରରେ ଭାରତ

ନୂଆଦିଲ୍ଲୀ  : ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ କ୍ରିକେଟ ଦଳ ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି। ତୃତୀୟ ଥର ପାଇଁ ଦିନିକିଆ ବିଶ୍ବକପ ଟ୍ରଫି ଜିତିବା ନେଇ ଭାରତ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛି। ରବିବାର ଭାରତ ଟ୍ରଫି ପାଇଁ ଲଢେଇ କରିବ।

୧୯୮୩ରେ କପିଳ ଦେବଙ୍କ ନେତୃତ୍ବରେ ଭାରତ ବିଶ୍ବକପ ଜିତିଥିଲା । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ଦୁର୍ଦ୍ଦର୍ଷ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ପ୍ରଥମ ଥର ଲାଗି ବିଶ୍ବ ବିଜେତା ହୋଇଥିଲା। ଉକ୍ତ ସଫଳତା ଭାରତରେ କ୍ରିକେଟର ଲୋକପ୍ରିୟତାକୁ ଶୀର୍ଷରେ ପହଞ୍ଚାଇଥିଲା। ଫଳସ୍ବରୂପ ଏବେ ଭାରତୀୟଙ୍କ ହୃଦୟରେ କ୍ରିକେଟ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି। ୨୦୦୩ ବିଶ୍ବକପରେ ଏକାଧିକ ତାରକା ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ଦ୍ବିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ,ରାହୁଲ ଦ୍ରାବିଡ୍‌ ଓ ବୀରେନ୍ଦ୍ର ସେହ୍ବାଗଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା। ଭାରତକୁ ଦ୍ବିତୀୟ ବିଶ୍ବକପ ଟ୍ରଫି ଜିତିବା ନେଇ ୨୮ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଆଇସିସି ଦିନିକିଆ ବିଶ୍ବକପର ଦଶମ ସଂସ୍କରଣ -୨୦୧୧ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ମିଳିତ ଭାବେ ଆୟୋଜନ କରିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ବିଶ୍ବ ବିଜେତା ହୋଇଥିଲା। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ଯୁବରାଜ ସିଂହ, ହରଭଜନ ସିଂହ, ଜାହିର ଖାନଙ୍କ ଭଳି ଖେଳାଳିଙ୍କ ବିଶ୍ବକପ ଟ୍ରଫି ସ୍ବପ୍ନ ପୂରଣ ହୋଇଥିଲା। ଏବେ ୨୦୨୩ ବିଶ୍ବକପରେ ଭାରତ ନିକଟରେ ବିଶ୍ବର ଏକାଧିକ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଦିନିକିଆ କ୍ରିକେଟରେ ବିଶ୍ବର ଏକମାତ୍ର କ୍ରିକେଟର ଭାବେ ୫୦ଟି ଶତକ ପୂରଣ କରିଥିବା ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁୁଲ, ଶୁବମାନ ଗିଲ୍‌, ଶ୍ରେୟାସ ଆୟରଙ୍କ ସହ ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ କୁଳଦୀପ୍‌ ଯାଦବଙ୍କ ଭଳି ଖେଳାଳି ରହିଛନ୍ତି। ସବୁଠାରୁ ବଡ କଥା ହେଉଛି ବ୍ୟାଟିଂ ଓ ବୋଲିଂରେ ଭାରତ ଚମତ୍କାର ଫର୍ମରେ ରହିଛି। ଘରୋଇ ପରିବେଶର ଫାଇଦା ଉଠାଇ ଭାରତ ନିକଟରେ ଏବେ ତୃତୀୟ ବିଶ୍ବକପ ଟ୍ରଫି ଜିତିବା ନେଇ ବଡ ସୁଯୋଗ ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories