ସୁଡ଼ଙ୍ଗ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍
ଡେରାଡୁନ : ଉତ୍ତରାଖଣ୍ଡର ଉତ୍ତର କାଶୀ ଜିଲ୍ଲା ସୁଡ଼ଙ୍ଗ ଦୁର୍ଘଟଣାସ୍ଥଳୀରେ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି । ବିଦେଶରୁ ଆସିଥିବା ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସପ୍ତମ ଦିନ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଆଉ ଏକ ଶକ୍ତିଶାଳୀ ଡ୍ରିଲିଙ୍ଗ୍ ମେସିନ୍କୁ ବିମାନ ଯୋଗେ ସେଠାକୁ ନିଆଯାଇଛି। ସେହି ମେସିନ୍ ଡେରାଡୁନର ଜୋଲିଗ୍ରାଣ୍ଡ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ତାହାକୁ ସଡ଼କପଥରେ ସିଲ୍କିଆରାକୁ ନିଆଯାଇଛି । ସେହି ମେସିନ୍କୁ ଯୋଡ଼ା ଯାଇ ସେଥିରେ ଡ୍ରିଲିଙ୍ଗ୍ କାର୍ଯ୍ୟ ଆରମ୍ଭ କରାଯାଉଛି ବୋଲି ଘଟଣାସ୍ଥଳୀରେ ଥିବା ଅଫିସରମାନେ କହିଛନ୍ତି।
ସେହିପରି ଚାଲିଥିବା ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟିମ୍ ସେଠାରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପସଚିବ ମଙ୍ଗେଶ ଘିଲଦିୟାଲ ଶନିବାର ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଡେରାଡୁନରେ ବରିଷ୍ଠ ଅଧିକାରୀଙ୍କ ସହ ସିଲ୍କିୟାରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଦ୍ଧାର କାର୍ଯ୍ୟ ସଂପର୍କରେ ସେମାନେ ସମୀକ୍ଷା କରିଛନ୍ତି ।
Comments are closed.