www.samajalive.in
Friday, December 12, 2025
16.1 C
Bhubaneswar

ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ :  ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନବକଳେବର ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଶନିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ପୁରୀ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ ନିର୍ମାଣ ହେବ। ଏଥିସହିତ ମନ୍ତ୍ରୀ ଶ୍ରୀ ପ୍ରଧାନ ୫ ମହଲା ବିଶିଷ୍ଟ ମହିଳା ଓ ପୁରୁଷ ଛାତ୍ରାବାସର ଶିଳାନ୍ୟାସ କରିଛନ୍ତି । ପୁରୀ ତାଳବଣିଆ ଠାରେ ୧୦ ଏକର ପରିମିତ ଜମିରେ ବିଶ୍ୱବିଦ୍ୟାଳୟର ସମସ୍ତ କୋଠା ନିର୍ମାଣ ହେବ । ଏହି ଅବସରରେ ବିଶ୍ୱବିଦ୍ୟାଳୟ​ରେ ଲକ୍ଷ୍ମୀ ପୁରାଣ ସଂପର୍କରେ ଆୟୋଜିତ ତିନି ଦିନିଆ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ସେ ଯୋଗ ଦେଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ  ଭାରତ ସଂସ୍କୃତ, ତାମିଲ ଭଳି ପ୍ରାଚୀନ ଭାଷାର  ଏବଂ ଅନେକ ସମୃଦ୍ଧ ଭାଷାର ଦେଶ । ସାଂପ୍ରତିକ ସମୟରେ ଚିରସ୍ଥାୟୀ ଭାରତୀୟ ଜ୍ଞାନ ପରମ୍ପରା ଏବଂ ବୈଦିକ ସାହିତ୍ୟର ପ୍ରାସଙ୍ଗିକତା ଆହୁରି ଅଧିକ। ଲକ୍ଷ୍ମୀ ପୁରାଣ ଓ ବେଦର ଜ୍ଞାନ, ମୂଲ୍ୟବୋଧ ଓ ବାର୍ତ୍ତାକୁ ଗ୍ରହଣ କରି ଆମେ ସାମାଜିକ ନ୍ୟାୟ, ମହିଳା ସଶକ୍ତୀକରଣ ଓ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଦିଗରେ ଅଗ୍ରସର ହୋଇପାରିବା । ମୋର ବିଶ୍ୱାସ ଯେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଂସ୍କୃତ ସମେତ ଭାରତୀୟ ଭାଷା, ସାହିତ୍ୟ ଏବଂ ଐତିହ୍ୟ ସହିତ ନୂତନ ପିଢ଼ିକୁ ଯୋଡ଼ିବା ପାଇଁ କାର୍ଯ୍ୟ କରିବ।

- Advertisement -


କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୁବ୍‌‌ଶୀଘ୍ର ଖୋଲାଯିବା ସମ୍ପର୍କରେ ମତ ରଖି ସେ କହିଥିଲେ, ଜଗନ୍ନାଥ ସଂସ୍କୃତି କେବଳ ଧାର୍ମିକ ଶ୍ରଦ୍ଧାର ପ୍ରତୀକ ନୁହେଁ; ଏହା ଏକ ସାମାଜିକ ସଂସ୍କାର ଓ ପ୍ରଗତିଶୀଳ ସଂସ୍କୃତିର ମହାକାବ୍ୟ। ସନାତନୀ ଭାବାବେଗକୁ ସରକାର ଧ୍ୟାନ ଦେବାର ଆବଶ୍ୟକତା ଅଛି । ପରିକ୍ରମା ପ୍ରକଳ୍ପ ସହ ମରାମତିକୁ ମଧ୍ୟ ଗୁରୁତ୍ୱ ଦିଆଯିବ ଜରୁରୀ ବୋଲି ସେ ମତ ରଖିଥିଲେ। ଏଥିସହିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌‌ଆଇ) ଦ୍ୱାରା ଚାଲିଥିବା ନାଟମଣ୍ଡପ ମରାମତି କାର୍ଯ୍ୟର ଅନୁଧ୍ୟାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories