www.samajalive.in
Monday, December 15, 2025
16.1 C
Bhubaneswar

ସ୍ୱାମୀ ଆୟାପ୍ପାଙ୍କ ଆରାଟୁ ପୂଜା

ପଦ୍ମପୁର :   ସ୍ୱାମୀ ଆୟାପ୍ପା ଆରାଟୁ ପୂଜା ଆୟୋଜିତ ହୋଇଯାଇଛି । ଆରାଟୁ ପୂଜା ଉତ୍ସବ ପାଇଁ ସକାଳେ ଗୁମୁଡା ସ୍ଥିତ ବଂଶଧାରା ନଦୀ ଘାଟରେ ଶତାଧିକ ସ୍ଵାମୀ ଆୟାପ୍ପା ମାଳାଧାରୀମାନେ ଏକତ୍ରିତ ହୋଇ ସ୍ଵାମୀ ଆୟାପ୍ପାଙ୍କ ବିଗ୍ରହକୁ ଅଭିଷେକ କରାଇଥିଲେ। ପରେ ମାଳାଧାରୀମାନେ ଏକ ବିରାଟ ପଟୁଆରରେ ସ୍ଵାମୀ ଆୟାପ୍ପାଙ୍କ ବିଗ୍ରହକୁ ମୁଣ୍ଡରେ ଧରି ଗୁମୁଡ଼ା ନଦୀ ଘାଟରୁ ପଦ୍ମପୁର ସ୍ଵାମୀ ଆୟାପ୍ପା ସାନିଦାନମ ପର୍ଯ୍ୟନ୍ତ ୧୦ କିଲୋମିଟର ଧରି ଏକ  ବିଶାଳ ପଦଯାତ୍ରା କରିଥିଲେ। ପଦ୍ମପୁର, ରାମନାଗୁଡା, ଗୁଡ଼ାରିର ଶତାଧିକ ସ୍ଵାମୀ ଆୟାପ୍ପା ମାଳାଧାରୀ ମାନେ ଏହି ପଦଯାତ୍ରାରେ ଭାଗ ନେଇ ସାନିଦାନମ ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଆସିଥିଲେ।

- Advertisement -

ଏହି ସ୍ଵାମୀ ଆୟାପ୍ପାଙ୍କ ଅଭିଷେକ ପୂଜା କାର୍ଯ୍ୟକୁ ପଦ୍ମପୁର ସ୍ଵାମୀ ଆୟାପ୍ପା ସାନିଦାନମର ବୁଜି ଗୁରୁ ସ୍ୱାମୀ ସମ୍ପାଦନ କରିଥିଲେ। ସ୍ଵାମୀ ଆୟାପ୍ପାର ମୂଳ ପୀଠ ସାଵରୀମାଳାରେ ଯେଉଁଭଳି ସ୍ଵାମୀ ଆୟାପ୍ପାଙ୍କ ବିଗ୍ରହକୁ ଅଭିଷେକ କରାଯାଏ ସେହିଭଳି ଏଠାରେ ମଧ୍ୟ ଅଭିଷେକ କରିବାର ଦେଖିବାକୁ ମିଳିଥିଲା ।  ପାରମ୍ପରିକ ରୀତିନୀତି ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ପଦ୍ମପୁର  ସାବରୀମାଳା ସାନିଦାନମର ଭାଦ୍ରୟା ଗୁରୁସ୍ୱାମୀ,  ଅରୁଣ ଗୁରୁସ୍ୱାମୀ, ସୀମା ସ୍ୱାମୀ , ନିର ସ୍ୱାମୀ, ଡମ୍ବ ସ୍ୱାମୀ, ଅଖିଲ ସ୍ୱାମୀ, ମୁନା ସ୍ୱାମୀ, ସାଇ ସ୍ୱାମୀ, ବାବୁନି ସ୍ୱାମୀ, ସୁଶାନ୍ତ ସ୍ୱାମୀ,  ସତୀଶ ସ୍ୱାମୀ, ରାଜେଶ ସ୍ୱାମୀ, ଅମିତ ସ୍ୱାମୀ ସମେତ ସମସ୍ତ ସ୍ୱାମୀ ମାନେ ଏହି ଧାର୍ମିକ ଆୟୋଜନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories