www.samajalive.in
Monday, December 15, 2025
15.1 C
Bhubaneswar

ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍‌ର ବଡ଼ କର୍ତ୍ତବ୍ୟ : ବାଚସ୍ପତି

ଭୁବନେଶ୍ୱର: ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥାଏ। ଏହା ବ୍ୟତୀତ ପ୍ରେସ୍‌ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍‌ର ବଡ଼ କର୍ତ୍ତବ୍ୟ। ସେଥିପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାଏ। ଆଜିର ଦିନଟିକୁ ସାରା ଦେଶରେ ଜାତୀୟ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍‌ କାଉନ୍‌ସିଲ୍‌ର ଭୂମିକା ମହତ୍ତ୍ୱପୂର୍ଣ୍ଣ । ପ୍ରେସ୍‌ର ସ୍ୱାଧୀନତା, ଦାୟିତ୍ୱ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମଲ୍ଲିକ ଏହା ପ୍ରକାଶ କରିଛନ୍ତି ।

ଜାତୀୟ ପ୍ରେସ୍‌ ଦିବସ ଅବସରରେ ଆୟୋଜିତ ‘କୃତ୍ରିମ ବୁଦ୍ଧିମତା ସମୟରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାକୁ ଉଦ୍‌ଘାଟନ କରି ସୂଚନା ଓ ଲୋକସଂପର୍କ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କହିଲେ ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗ୍‌ଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ସମାଜକୁ ଉନ୍ନତି ଓ ପ୍ରଗତି ପଥରେ ଆଗେଇନେବା ପାଇଁ ଗଣମାଧ୍ୟମ ସବୁବେଳେ ପ୍ରୟାସରତ। ସାରା ଦେଶରେ ସାମ୍ବାଦିକମାନଙ୍କ ପାଇଁ କଲ୍ୟାଣ ଯୋଜନା ଲାଗୁ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ମିଳୁଥିବା ୨ ଲକ୍ଷ ଟଙ୍କାକୁ ୫ ଲକ୍ଷ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି । ସାମ୍ବାଦିକମାନଙ୍କର ସୁବିଧା-ଅସୁବିଧା ସଂପର୍କରେ ସରକାର ସଚେତନ ଅଛନ୍ତି। ଆଜି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତା ସାମ୍ବାଦିକତା କ୍ଷେତ୍ରରେ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ତେବେ ଆମକୁ ପରବର୍ତ୍ତିତ ସମୟରେ ଟେକ୍‌ନୋଲୋଜିର ବ୍ୟବହାର ସହ ପାରମ୍ପରିକ ପଦ୍ଧତିରେ କାର୍ଯ୍ୟ କରିବାକୁ ପଡ଼ିବ। ଆମେ କେବେହେଲେ ସଂପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି ।

- Advertisement -

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ଓ ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ, ଅଶୋକ ପଣ୍ଡା, ରମେଶ ଚନ୍ଦ୍ର ମହାନ୍ତି, ଭାଗବତ ତ୍ରିପାଠୀ, ସୁରେଶ ମନ୍ତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଫେସର ଡ. ସୁପ୍ରିତା ପାଲିତ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories