www.samajalive.in
Sunday, December 7, 2025
18.1 C
Bhubaneswar

ଚାପୁଡ଼ା ଭିଡିଓ ଭାଇରାଲ ହେବା ପରେ ସଫେଇ ଦେଲେ ନାନା ପାଟେକର: କହିଲେ, ଭୁଲ୍‌ ମାଗିବି..

ମୁମ୍ବଇ: ସେଲ୍ଫି ନେବାକୁ ଆସିଥିବା ପ୍ରଶସଂକଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା। ଭିଡିଓ ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବଲିଉଡ଼ ଅଭିନେତା ନାନା ପାଟେକର। ଏହି ଘଟଣାକୁ ନେଇ ଏବେ ନିଜ ପ୍ରତିକ୍ରିୟା ରଖିଛନ୍ତି ନାନା ପାଟେକର। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଛନ୍ତି ଅଭିନେତା।

ଭିଡିଓରେ ନାନା ପାଟେକର କହିଛନ୍ତି, ‘‘ଦେଖନ୍ତୁ, ଗୋଟିଏ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମୁଁ ଗୋଟିଏ ପିଲାକୁ ମାରୁଥିବା ଦେଖାଯାଉଛି। ତେବେ ଏହା ଆମ ଚଳଚ୍ଚିତ୍ରର ଏକ ଅଂଶ। ଏହା ଆମ ଅଭ୍ୟାସ ସମୟର ଏକ ଦୃଶ୍ୟ। ପଛରୁ ଜଣେ ଯୁବକ ଆସି କହୁଛି, ‘ଏହି ଖରାପ ଟୋପି ବିକିବେ ? ମୁଁ ଟୋପି ପିନ୍ଧିଛି। ମୁଁ ତାକୁ ମାରୁଛି। ତାକୁ କହୁଛି, ଅଭଦ୍ରାମୀ ବନ୍ଦ କର। ଶାଳୀନତାର ସହ କଥା ହୁଅ। ଏମିତି କଥାବାର୍ତ୍ତା କରନ୍ତି ନାହିଁ। ଏହାପରେ ସେ ପଳାଉଛି। ଥରେ ଅଭ୍ୟାସ କରି ସାରିଥିଲୁ। ନିର୍ଦେଶକ କହିଲେ ଆଉ ଥରେ କରିବା। ଆମେ ଆରମ୍ଭ କରିଥିଲୁ, ଆଉ ଏତିକି ବେଳେ ଏହି ପିଲା, ଯିଏ ଭିଡିଓରେ ଦେଖାଯାଉଛି ସେ ଭିତରକୁ ଆସିଗଲା।’’ ଭିଡିଓ ଶେଷରେ ନାନା ପାଟେକର କହିଛନ୍ତି ଯେ, ଯଦି ସେ ପୁଅ ତାଙ୍କ ସାମ୍ନାକୁ ଆସେ ତେବେ ସେ ନିଜେ କ୍ଷମା ମାଗିବେ। ଫିଲ୍ମର ଶୁଟିଂ କାଶୀରେ ହୋଇଥିଲା।

- Advertisement -

ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଏକି ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଅଭିନେତାଙ୍କୁ ବ୍ରାଉନ୍ ଟୋପି ଏବଂ କୋଟରେ ଦେଖିବାକୁ ମିଳିଛି। ନାନା ପାଟେକରଙ୍କ ଚାରିପଟେ ଲୋକଙ୍କ ଭିଡ଼ ଜମିଛି। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ପାଖକୁ ଆସୁଛନ୍ତି। ସେ ନାନା ପାଟେକରଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି, ଏତିକି ବେଳେ ଅଭିନେତା କ୍ରୋଧିତ ହୋଇ ତାଙ୍କୁ ଚାପୁଡ଼ା ମାରୁଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏଥିରେ କମେଣ୍ଟ କରି ପ୍ରତିକ୍ରିୟାରେ ଅଭିନେତାଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories