www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଘଟଣାରେ ପଡ଼ୁନି ପୂର୍ଣ୍ଣଛେଦ; ଅତାବିରା ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ

ରେଙ୍ଗାଲିକ୍ୟାମ୍ପ: ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ମୁଣ୍ଡ ଗଡ଼ି ଚାଲିଛି । ଗୋଟିଏ ଦୁର୍ଘଟଣାର ବିଭୀଷିକା ଆଖିରୁ ନ ଲିଭୁଣୁ ପୁଣି ଏକ ଦୁର୍ଘଟଣାର ଦୃଶ୍ୟ ଅତାବିରା ଅଞ୍ଚଳର ଲୋକଙ୍କ ନିଦ ହଜାଇ ଦେଇଛି । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅତାବିରା ବସ୍ ଷ୍ଟାଣ୍ଡରେ ପୁଣି ଏକ ଟ୍ରକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି । ଅତାବିରା ବ୍ଲକ ଅନ୍ତର୍ଗତ ସିଂହପାଲି ଗ୍ରାମରେ ଘରଜ୍ବାଇଁ ଭାବରେ ରହୁଥିବା ସରୋଜ ଭୁଏ(୩୭) ପାଦରେ ଚାଲି ରାସ୍ତା ପାରି କରୁଥିବା ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କଣ୍ଟେନର ଧକ୍କା ଦେବ ଫଳରେ ସରୋଜ ପଡିଯାଇ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ବହୁ ପରିମାଣରେ ରକ୍ତ ବହିଯାଇଥିଲ । ସ୍ଥାନୀୟ ଲୋକଙ୍କ ସୂଚନାକ୍ରମେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ବର୍ଗ ପହଞ୍ଚିଲା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ତେବେ ସରୋଜ ଛତିଶଗଡ଼ ମୂଳ ବାସିନ୍ଦା କିନ୍ତୁ ଦୀର୍ଘ ବର୍ଷ ହେଲା ସିଂହପାଲିରେ ରହି ଆସୁଥିଲେ । ପୁଲିସ କଣ୍ଟେନରକୁ ଜବତ କରିବା ସହ ଚାଳକଙ୍କୁ ମଧ୍ୟ ଗିରଫ କରିଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories