www.samajalive.in
Sunday, December 7, 2025
23.1 C
Bhubaneswar

ବାଣ କାରଖାନାରେ ବିସ୍ଫୋରଣ, ଜଣେ ମୃତ ଓ ଅନେକ ଆହତ

ଝାରସୁଗୁଡ଼ା: ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ବ୍ରଜରାଜନଗର ଥାନା ପୁଲିସ ଓ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ ଶ୍ରମିକ ଜଣଙ୍କ ହେଲେ ୨୫ ବର୍ଷୀୟ ସୁଶାନ୍ତ ଧୁରୁଆ ଏବଂ ତାଙ୍କ ଘର ବେଲପାହଡରେ ବୋଲି ଜଣାପଡିଛି ।

- Advertisement -

ସୂଚନାଯୋଗ୍ୟ, ବେଲପାହଡ଼ ଥାନା ଅନ୍ତର୍ଗତ ଛୁଆଳିବେର୍ଣ୍ଣା- ମିର୍ଦ୍ଧାଡିହି ମଧ୍ୟରେ ଥିବା ଜଗନ୍ନାଥ ସ୍ପାର୍କେଲ ନାମକ ଏକ ବାଣ କାରଖାନାରେ ଦିନ ପ୍ରାୟ ୧୧ଟା ବେଳେ ଭୟଙ୍କର ଶବ୍ଦ କରି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର କାନ୍ଥ ଭୁଶୁଡି ପଡିବା ସହ ମୃତ ଶ୍ରମିକଙ୍କ ଶରୀରର କିଛି ଅଂଶ ଅନ୍ୟ ସ୍ଥାନରେ ପଡିଥିବା ଦେଖିବାକୁ ମିଳିଥିଲା । ଏଥିରେ ଅନେକ ଶ୍ରମିକ ଆହତ ହୋଇଥିବା ବେଳେ ସଠିକ୍ ସଂଖ୍ୟା ଜଣାପଡି ନଥିବା ପୁଲିସ କହିଛି । ଖବର ଲେଖା ହେଲା ବେଳକୁ ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories