ଅପରାହ୍ନ ୫ଟା ମୁଖ୍ୟ ଖବର

ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ଉତ୍ତମ ଆଚରଣ, ବ୍ୟବହାର ନେଇ ଦିଆଯାଉଛି ପ୍ରଶିକ୍ଷଣ.. ନୀଳାଦ୍ରି ଭକ୍ତ ନିବାସରେ ସେବାୟତଙ୍କ ପ୍ରଶିକ୍ଷଣ ଶିବିର..
ଯାତ୍ରା ମଞ୍ଚରେ ଆଉ ଦେଖାଯିବେନି ହାସ୍ୟାଭିନେତା ନରି ପଣ୍ଡା.. ବ୍ୟାନ୍ କଲା ମାଲିକ ସଂଘ.. ଅନିର୍ଦ୍ଦିଷ୍ଟ କାଳ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍ କରାଯାଇଥିବା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓଙ୍କ ସୂଚନା..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରତିପକ୍ଷ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଥାଇଲାଣ୍ଡରେ ଆଲୋଚନା ବେଳେ ଉଠିଲା ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ.. ବୈଦେଶିକ ମନ୍ତ୍ରଣାଳୟର ସୂଚନା..
ୱାକଫ ବିଧେୟକକୁ ନେଇ ଜେଡିୟୁରେ ଫାଟ.. ଶୁକ୍ରବାର ଦଳ ଛାଡ଼ିଲେ ଆଉ ୩ ନେତା.. ବିଧେୟକକୁ ସମର୍ଥନ ପ୍ରତିବାଦରେ ରାଜୁ ନାୟାର, ତବରେଜ ସିଦ୍ଦିକି ଏବଂ ନଦୀମ ଅଖତାରଙ୍କ ଇସ୍ତଫା..
ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଳା ଗୁରୁତର.. ଟିଟଲାଗଡ ମାତୃ ଓ ଶିଶୁ ଡାକ୍ତରଖାନାରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି.. ମହିଳାଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗୀର ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ସେଥିରେ ବିସ୍ଫୋରଣ ହୋଇଥିବା ସୂଚନା..
Comments are closed.