ଏହି ଶସ୍ତା ୭- ସିଟର କାରରେ ମିଳୁଛି ୩୫ ହଜାର ଟଙ୍କା ରିହାତି, ଜାଣନ୍ତୁ..

ନୂଆଦିଲ୍ଲୀ : ମାରୁତି ସୁଜୁକି ଇକୋ ଦେଶର ସବୁଠାରୁ ଶସ୍ତା ୭  ସିଟର କାର୍ । ଏହା ନିଜ ସେଗମେଣ୍ଟରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର । ଏବେ ଏହି କାରରେ ଆପଣଙ୍କୁ ୩୫ ହଜାର ଟଙ୍କାର ଫାଇଦା ମିଳିବ । କମ୍ପାନୀ ଏଥିରେ ୧୦ ହଜାର ଟଙ୍କାର କ୍ୟାଶ୍ ରିହାତି ଏବଂ ୨୫ ହଜାର ଟଙ୍କାର ସ୍କ୍ରାପେଜ୍ ବୋନସ୍ ଦେଉଛି । ଇକୋର ଏକ୍ସ-ଶୋରୁମ୍ ଦାମ୍ ୫.୪୪ ଲକ୍ଷରୁ ଆରମ୍ଭ ହୋଇ ୬.୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଗ୍ରାହକଙ୍କୁ ଏହି ଅଫରର ଫାଇଦା ୩୦ ଏପ୍ରିଲ ପର୍ଯ୍ୟନ୍ତ ମିଳିବ । କମ୍ପାନୀ ଚଳିତ ମାସ ପରେ କାରର ଦାମ୍ ୬୨ ହଜାର ଟଙ୍କା ବଢାଇବା ପାଇଁ ନିଷ୍ପତ୍ତି ନେଇଛି ।

ମାରୁତି ଇକୋରେ କେ ସିରିଜ୍ ୧.୨ ଲିଟର ଇଞ୍ଜିନ୍ ମିଳେ । ପେଟ୍ରୋଲରେ ୮୦.୭୬ ପିଏସ୍ ପାଓ୍ବର ଓ ୧୦୪.୫ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ ଏହି କାର୍ । ଇକୋରେ ୧୧ ସେଫ୍ଟି ଫିଚର ମିଳେ । ଏଥିରେ ରିଭର୍ସ ପାର୍କିଂ ସେନ୍ସର, ଇଞ୍ଜିନ୍ ମୋବିଲାଇଜର, ଡୋର୍ ପାଇଁ ଚାଇଲ୍ଡ ଲକ୍, ସିଟ୍ ବେଲ୍ଟ ରିମାଇଣ୍ଡର, ଇବିଡି ସହିତ ଏବିଏସ୍, ଡୁଆଲ ଫ୍ରଣ୍ଟ୍ ଏୟାରବ୍ୟାଗ୍ ସାମିଲ । ଇକୋରେ ଏବେ ଏକ ନୂଆ ଷ୍ଟିୟରିଂ ହ୍ବିଲ୍ ଓ ଏକ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳିଥାଏ । ଏହାର ୫ ସିଟର ଭାରିଆଣ୍ଟର ଏକ୍ସ-ଶୋରୁମ୍ ଦାମ୍ ୫.୩୨ ଲକ୍ଷ ଟଙ୍କାଠୁ ଆରମ୍ଭ କରି ୬.୫୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ସେହିଭଳି ୭ ସିଟର ଭାରିଆଣ୍ଟର ଏକ୍ସ ଶୋରୁମ୍ ଦାମ୍ ୫.୬୧ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

Comments are closed.