www.samajalive.in
Sunday, December 7, 2025
18.1 C
Bhubaneswar

ବହୁଚର୍ଚ୍ଚିତ କଙ୍କଡ଼ାହାଡ଼ ବ୍ଲକ ଅର୍ଥ ତୋଷରପାତ ମାମଲା; ଅଭିଯୁକ୍ତ ନିର୍ଦୋଷରେ ଖଲାସ

କାମାକ୍ଷାନଗର: କାମାକ୍ଷାନଗର ସହକାରୀ ଦୌରାଜଜ ଏକ ସରକାରୀ ଅର୍ଥ ତୋଷରପାତ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ତା ୫.୨.୨୦୦୨ ରିଖ ଦିନ କଙ୍କଡ଼ାହାଡ଼ ୟୁକୋ ବ୍ୟାଙ୍କ ମ୍ୟାନେଜର ଯୁଧିଷ୍ଠିର ପଣ୍ଡା କାମାକ୍ଷାନଗର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ ଯେ, କଙ୍କଡ଼ାହାଡ଼ ବ୍ଲକର କ୍ୟାସିଅର ଅନନ୍ତ ଚରଣ ସାହୁ ଚଞ୍ଚକତା କରି ଚେକ୍ ମାଧ୍ୟମରେ ବ୍ୟାଙ୍କରୁ ୮୦ ହଜାର ୩୫୦ ଟଙ୍କା କଙ୍କଡ଼ାହାଡ଼ ବ୍ଲକ ଆକାଉଣ୍ଟରୁ ଉଠେଇ ନେଇ ଯାଇଥିଲେ। ଏହି ଘଟଣାକୁ ନେଇ କାମାକ୍ଷାନଗର ପୁଲିସ କାମାକ୍ଷାନଗର ଥାନା କେସ୍ ନମ୍ବର ୨୦/୨୦୦୨ରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୪୨୦ ଓ ୪୬୮ରେ ରୁଜୁ କରି ଅଭିଯୁକ୍ତ ଅନନ୍ତ ଚରଣ ସାହୁକୁ ଗିରଫ କରିଥିଲା। ତଦନ୍ତ ପ୍ରକ୍ରିୟାର ସମାପ୍ତି ପରେ ପୁଲିସ ଅଭିଯୋଗ ଫର୍ଦ ଦାଖଲ କରିଥିଲେ, ଯାହା ଅଦାଲତରେ ଏଜ କେଶ ନମ୍ବର ୪୦/୨୦୦୨ରେ ବିଚାର ହୋଇଥିଲା। ଏହି ମାମଲାରେ ୧୨ ଜଣ ସାକ୍ଷୀଙ୍କ ସାକ୍ଷ ବୟାନ ନିଆଯାଇଥିଲା। ଉକ୍ତ ସାକ୍ଷ ବୟାନକୁ ଭିତ୍ତି କରି ଆସାମୀ ଅନନ୍ତ ଚରଣ ସାହୁଙ୍କୁ ସହକାରୀ ଦୌରାଜଜ ଶ୍ରଦ୍ଧାଞ୍ଜଳି ରାୟ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ସର୍ବଜିତ ଜୀ ପରିଚାଳନା କରୁଥିଲେ ଏବଂ ଆଇନଜୀବୀ ଆଶୁତୋଷ ସାହୁ ଓ ଆଇନଜୀବୀ ଶରତ କୁମାର ମିଶ୍ର ତାଙ୍କୁ ସହାୟତା କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories