www.samajalive.in
Monday, December 15, 2025
14.1 C
Bhubaneswar

ଆଇନ ବିଷୟରେ ଅଜ୍ଞତା କ୍ଷମଣୀୟ ନୁହେଁ 

ଆଠଗଡ : ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଗୁରୁବାର ଜାତୀୟ ଆଇନସେବା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍‌‌ ତଥା ଆଇନସେବା ସମିତିର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ଏହାକୁ ଉଦ୍‌‌ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରି ଦେଶର ଆଇନ କାନୁନ ବିଷୟରେ ସମସ୍ତେ ଜାଣିବା ଆବଶ୍ୟକ ଏବଂ ଆଇନ ବିଷୟରେ ଅଜ୍ଞତା କ୍ଷମଣୀୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ୧୯୮୭ ମସିହାରେ ଜାତୀୟ ଆଇନସେବା ପ୍ରାଧିକରଣ କାର୍ଯ୍ୟକ୍ଷମ ହୋଇଥିବାବେଳେ ଏହାକୁ ପରିବ୍ୟାପ୍ତ ଓ ପ୍ରଚାର ପ୍ରସାର କରିବା ଲାଗି ୧୯୯୫ ମସିହା ନଭେମ୍ବର ୯ତାରିଖରେ ଏହାକୁ ଆଇନସେବା ଦିବସ ଭାବେ ପାଳନ କରାଯାଉଛି । ଯେଉଁମାନଙ୍କ ପାଇଁ ବିଶେଷକରି ଗରିବ ଶ୍ରେଣୀ ଏବଂ ନିରକ୍ଷର ଲୋକଙ୍କ ପାଇଁ ମାଗଣାରେ ଆଇନସେବା ଯୋଗାଇଦେବା ଏହାର ଲକ୍ଷ୍ୟ ବୋଲି ଏଡିଜେ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ଦେଶର ସମ୍ବିଧାନ ଓ ଆଇନ ବ୍ୟବସ୍ଥା ନାଗରିକଙ୍କ ପାଇଁ ସମ୍ମାନର ବଞ୍ଚିବାର  ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେଇଥାଏ ବୋଲି ଏଡିଜେ ମତପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ ଜେଏମଏଫସି ସମ୍ବେଦନା ସନ୍ଦିପ ଯୋଗଦେଇ ଆଇନସେବା ପ୍ରାଧିକରଣ ପ୍ରତିଷ୍ଠାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଦେଶର ପ୍ରତ୍ୟେକ ନାଗରିକ ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଜରୁରୀ ବୋଲି ଜେଏମଏଫସି ପ୍ରକାଶ କରିଥିଲେ । ଏଥିରେ ବକ୍ତା ଭାବେ ଯୋଗଦେଇଥିବା ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ, ଆଇନସେବା ସମିତିର ରିଟେନର ଜ୍ଞାନ ପ୍ରକାଶ ଧଳସାମନ୍ତ ଓ ଆଇନଜୀବୀ ପ୍ରକାଶ କୁମାର ସେଠୀ ଆଇନର ବିଭିନ୍ନ ଦିଗ, ନାଗରିକଙ୍କ ମୌଳିକ ଓ ଆଇନଗତ ଅଧିକାର ସଂପର୍କରେ ଆଲୋଚନା କରିଥିଲେ। ଆର୍ଥିକ ଅନଗ୍ରସର କିପରି ଏବଂ କେଉଁଠାରେ ମାଗଣାରେ ଆଇନ ସେବା ପାଇପାରିବେ ସେ ବିଷୟରେ ବକ୍ତାମାନେ ବୁଝାଇଥିଲେ । ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳନ୍ଦି ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଛାତ୍ରଛାତ୍ରୀଙ୍କର ଏକ ସଚେତନତା ଶୋଭାଯାତ୍ରାକୁ ଏଡିଜେ ଶ୍ରୀ ସାହୁ ଉଦ୍‌‌ଘାଟନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶୁଭାଶିଷ ଥମ୍ବ, ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା ଓ ସହଯୋଗୀ ବୀଣା ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories