www.samajalive.in
Sunday, December 14, 2025
19.1 C
Bhubaneswar

ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ସଚିବଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ-ତଥା- ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ସଚିବ ଏସ୍.କେ. ବଶିଷ୍ଠ କନ୍ଧମାଳ ଜିଲା ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଗୁରୁବାର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ପରେ ସେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ସୂଚନା ଦେବା ସହିତ ଆକାଂକ୍ଷୀ ଜିଲ୍ଲା ସଚିବ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବ ହ୍ରାସ ପାଇଥିବାବେଳେ ମାତୃ ମୃତ୍ୟୁ ହାର ପୂର୍ବ ବର୍ଷମାନଙ୍କ ତୁଳନାରେ କମୁଛି । ପ୍ରମୁଖ ସଚିବ ଶିଶୁ ମୃତ୍ୟୁହାର, ଅଙ୍ଗନୱାଡ଼ି ପିଲା ଓ ଗର୍ଭବତୀ ମା’ମାନଙ୍କୁ ଦିଆଯାଉଥିବା ଖାଦ୍ୟ ତାଲିକା, ଟୀକାକରଣ, ଜିଲ୍ଲାରେ ଆବଶ୍ୟକ ହେଉଥିବା ଅଣ୍ଡା ଓ କୁକୁଡ଼ା ଫାର୍ମଗୁଡ଼ିକରୁ ବାହାରୁଥିବା ଅଣ୍ଡା ପରିମାଣ, ଅଙ୍ଗନୱାଡ଼ି ଗୃହ ନିର୍ମାଣ, ଉଦ୍ୟାନ କୃଷି, ଜଳ ବିଭାଜିକା, କୃଷି, ଲାଇଭ୍ ଷ୍ଟକ୍ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଯୋଜନା, ବିଦ୍ୟାଳୟ ମାନଙ୍କରେ ଝିଅ ଓ ପୁଅମାନଙ୍କ ପାଇଁ ଅଲଗା ଅଲଗା ପାଇଖାନା ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପ୍ରାଣୀ ସମ୍ପଦ ଟୀକାକରଣ, ଜାତୀୟ ଜୀବିକା ମିଶନ, ଜିଲ୍ଲାର ବିଭିନ୍ନ ତାଲିମ ଅନୁଷ୍ଠାନରୁ ତାଲିମପ୍ରାପ୍ତ କେତେ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି, ବିଭିନ୍ନ ପେନସନ୍ ଯୋଜନାରେ କେତେ ହିତାଧିକାରୀ ଉପକୃତ ହୋଇଛନ୍ତି, ପି.ଡି.ଏସ୍. ବ୍ୟବସ୍ଥା, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଆଦିର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ । ସେ କହିଲେ କେବଳ ସ୍କିମ୍ ଭିତରେ ସିମୀତ ନ ରହି ସ୍କିମ୍ ବାହାରେ ବି କାର୍ଯ୍ୟ କର । କିଛି ବ୍ୟକ୍ତି ବେଶେଷ ନୁହଁ ବରଂ ଜିଲ୍ଲାର ଉନ୍ନତି ଆବଶ୍ୟକ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯାହାବି ପ୍ରକଳ୍ପ କରାଯାଉ ଲାଭକ୍ଷତିକୁ ପ୍ରାଥମିକତା ଦିଆଯାଉ । ଅର୍ଥକରୀ ଫସଲ ଅମଳ, ଡ୍ରୋନ୍ ବ୍ୟବସ୍ଥା, ଅଣ୍ଡାଦିଆ କୁକୁଡ଼ା ପାଳନ, ଲେମନ ଗ୍ରାସ୍ ଅଏଲ୍ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟା ୟୁନିଟ୍ ଯାହା ମଧ୍ୟ କରାଯାଉ ପ୍ରଥମେ ଉତ୍ପାଦନ ପାଇଁ ସମୁଦାୟ ଖର୍ଚ୍ଚ, ବିକ୍ରିପରେ ସମୁଦାୟ ଆଦାୟ ଜାଣିବା ଦରକାର। ଲାଭ ହେଲେହିଁ ଅନ୍ୟମାନେ ଅନୁକରଣ କରିବେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯେତେବେଳେ ଗସ୍ତରେ ଯିବେ ରାସ୍ତାରେ ପଡ଼ୁଥିବା ବିଦ୍ୟାଳୟ ମାନଙ୍କରେ ଶୌଚାଳୟ ଓ ପିଇବା ପାଣି ବ୍ୟବସ୍ଥା ଠିକଭାବେ କାର୍ଯ୍ୟ କରୁଛି କି ନାହିଁ ପଚାରିବୁଝିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାରୁ ଯେ କୋଣସି ତାଲିମ ଅନୁଷ୍ଠାନରୁ ନିଯୁକ୍ତି ପାଇଲେ ମଧ୍ୟ  ସମସ୍ତ ସୂଚନା ଜିଲ୍ଲା ନିୟୋଜନ ଅଧିକାରୀଙ୍କ ପାଖରେ ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଜିଲ୍ଲାରେ କେତୋଟି ପରିବାର ନିୟମିତ ରେସନ ସାମଗ୍ରୀ ପାଉଛନ୍ତି ଓ କେତୋଟି ପରିବାର ଅକ୍ଟୋବର ରୁ ଡିସେମ୍ବର ମାସର ସାମଗ୍ରୀ ଆଗୁଆଭାବେ ପାଇଛନ୍ତି ତା’ର ତାଲିକା ଦେବାକୁ ସାଧାରଣ ଯୋଗାଣ ଅଧିକାରୀଙ୍କୁ କହିଥିଲେ। ଏହି ସମୀକ୍ଷା ବୈଠକରେ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories