www.samajalive.in
Monday, December 15, 2025
14.1 C
Bhubaneswar

୧୬୦ ରନରେ ନେଦରଲ୍ୟାଣ୍ଡସକୁ ପରାସ୍ତ କଲା ଇଂଲଣ୍ଡ

ପୁଣେ: ଚଳିତ ଆଇସିସି ଦିନିକିଆ ବିଶ୍ବକପରେ ଗତଥରର ବିଜେତା ଇଂଲଣ୍ଡ ଦ୍ବିତୀୟ ବିଜୟ ହାସଲ କରିଛି। କ୍ରମାଗତ ୫ଟି ପରାଜୟ ପରେ ଦଳ ବିଜୟଧାରାକୁ ଫେରିଛି। ବୁଧବାର ପୁଣେରେ ଖେଳାଯାଇଥିବା ୪୦ତମ ମ୍ୟାଚରେ ଇଂଲଣ୍ଡ ୧୬୦ ରନରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଛି। ଏଥି ସହିତ ଇଂଲଣ୍ଡ ୨୦୨୫ ଚମ୍ପିଆନ୍‌ସ ଟ୍ରଫି ଯୋଗ୍ୟତା ହାସଲ ସମ୍ଭାବନା ବଢ଼ିଛି। ଇଂଲଣ୍ଡ ୮ଟି ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜୟ ସହ ଟେବୁଲର ୭ମ ସ୍ଥାନକୁ ଉନ୍ନିତ ହୋଇଛି। ନେଦରଲ୍ୟାଣ୍ଡ୍‌ସ ସମାନ ସଂଖ୍ୟକ ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜୟ ସହ ସର୍ବନିମ୍ନ ସ୍ଥାନକୁ ଖସି ଆସିଛି।

ଇଂଲଣ୍ଡ ବେନ୍‌ ଷ୍ଟୋକ୍‌ସଙ୍କ ୧୦୮ରନ ବଳରେ ୩୩୯ରନ କରିଥିଲା। ଜବାବରେ ନେଦରଲ୍ୟାଣ୍ଡ୍‌ସ ୧୭୯ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ୩୪୦ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନେଦରଲ୍ୟାଣ୍ଡ୍‌ସ ୧୦୪ରନରେ ୫ଟି ୱିକେଟ ହରାଇଥିଲା। ୱେଲ୍‌ସ ବାରିସ ୩୭,ମ୍ୟାକ୍ସ ଓ ଦାଉଦ୍‌ ୫, ଇଗେଲବିତ୍‌ ୩୩ ରନ କରିଥିବାବେଳେ କଲିନ ଆକରମାନ ଖାତା ଖୋଲିପାରିନଥିଲେ। ୬ଷ୍ଠ ୱିକେଟରେ ସ୍କଟ ଇଡୱାର୍ଡସ ଓ ତାଜା ନିଦାମନାରୁ ୫୯ରନ ଭାଗିଦାରୀ କରିଥିଲେ। ସ୍କୋର ୧୬୩ରନ ଥିବାବେଳେ ଇଡ୍‌ୱାର୍ଡସ ୩୮ରନ କରି ଆଉଟ୍‌ ହୋଇଥିଲେ। ଦଳ ​‌େ​‌ଶଷ ୪ ୱିକେଟ ୧୬ରନ ମଧ୍ୟରେ ହରାଇବା ସହ ୩୭.୨ ଓଭରରେ ୧୭୯ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତାଜା ନିଦାମନାରୁ ୪୧ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ , ମୋଇନ ଅଲ୍ଲୀ ୩ଟି ଲେଖାଏଁ ଓ ଡେଭିଡ୍‌ ୱିଲି ୨ଟି ୱିକେଟ ନେଇଥିଲେ। ବେନ୍‌ ଷ୍ଟୋକ୍‌ସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

- Advertisement -

ସେମିଫାଇନାଲରୁ ବାଦ୍‌ ପଡିଥିବା ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜନି ବେୟାରଷ୍ଟୋ ଓ ଦାୱଦ ମାଲାନ ପ୍ରଥମ ୱିକେଟରେ ୪୮ରନ ସଂଗ୍ରହ କରିଥିଲେ। ବେୟାରଷ୍ଟୋ ୧୫ରନ କରି ଆଉଟ୍‌ ହୋଇଥିଲେ। ମାଲାନ ଓ ଜୋ ରୁଟ୍‌ ଦ୍ବିତୀୟ ୱିକେଟ ପାଇଁ ୮୫ରନ ସଂଗ୍ରହ କରିଥିଲେ। ୧୩୩ରନ ସ୍କୋର ଥିବାବେଳେ ରୁଟ୍‌ ୨୮ରନ କରି ଆଉଟ୍‌ ହୋଇଥିଲେ। ଏକଦା ଦଳ ଭଲ ସ୍ଥିତିରେ ଥିଲେ ମଧ୍ୟ ୫୯ରନ ମଧ୍ୟରେ ୪ ଟି ୱିକେଟ ହରାଇଥିଲା। ଦଳ ୧୯୨ରନରେ ୬ ଟି ୱିକେଟ ହରାଇଥିଲା। ହ୍ୟାରୀ ବ୍ରୁକ୍‌ ୧୧, ଦାୱଦ ମାଲାନ ୮୭ , ଅଧିନାୟକ ଜୋଶ ବଟ୍‌ଲର ୫ ଓ ମୋଇନ୍‌ ଅଲ୍ଲୀ ୪ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟରେ ବେନ୍‌ ଷ୍ଟୋକ୍‌ସ ଓ କ୍ରିସ ୱକ୍‌ସ ୧୨୯ରନ ଭାଗିଦାରୀ କରିବା ସହିତ ସ୍କୋରକୁ ୩୨୧ରନରେ ପହଞ୍ଚାଇଥିଲେ। ୱକ୍‌ସ ୫୧ରନ କରି ଆଉଟ୍‌ ହୋଇଥିଲେ। ଷ୍ଟୋକ୍‌ସଙ୍କ ୮୪ ବଲରୁ ୬ଟି ଚୌକାଓ ୬ଟି ଛକା ସହ ୧୦୮ରନ ବଳରେ ଇଂଲଣ୍ଡ ୯ ୱିକେଟ ହରାଇ ୩୩୯ରନ କରିବାକୁ ସକ୍ଷମ ହୋଇଥିଲା। ନେଦରଲ୍ୟାଣ୍ଡ୍‌ସ ପକ୍ଷରୁ ବାସ୍‌ ଡି ଲିଡେ ୩ଟି, ଆର୍ଯ୍ୟନ ଦତ୍‌ ଓ ଲୋଗାନ ଭାନ ବ୍ରି୍୍କ୍‌ ପ୍ର​‌େ​‌ତ୍ୟକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories