www.samajalive.in
Monday, December 15, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇଟି ଏମଓୟୁ ସ୍ୱାକ୍ଷରିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଅପରାହ୍ନରେ ନୂତନ ସମ୍ମିଳନୀ କକ୍ଷ ଠାରେ ଭାଷା ବିଜ୍ଞାନ ବିଭାଗର ଏକ ସ୍ୱତନ୍ତ୍ର ବକୃତାମାଳା ସହ ଦୁଇଟି ଚୁକ୍ତିନାମା ପତ୍ର ସ୍ୱାକ୍ଷରିତ ହୋଇଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ବକୃତାରେ ବକ୍ତା ଭାବେ ବ୍ରାଜିଲର ଫେଡ଼ରାଲ ୟୁନିଭେରସିଟି ଅଫ ସାନ୍ତାକାଟାରିନା ପ୍ରଫେସର ଗିଲଭାନ ମୁଲର, ଅନ୍ୟତମ ବକ୍ତା ଭାବେ କଲିକତାର ଆଇ ଏସ ଆଇ (ଇଣ୍ଡିଆନ ଷ୍ଟାଟିକ୍ସକଲ ଇନଷ୍ଟିଚୁଟ) ପ୍ରଫେସର ନୀଳାଦ୍ରି ଶେଖର ଦାଶ ଯୋଗ ଦେଇଥିଲେ। ଏଥିରେ “ବହୁ ଭାସିତା, ଜଗତିକରଣ ଓ ରାଜନୀତି :ସମସାମୟିକ ପ୍ରସଙ୍ଗ” ଉପରେ ବ୍ରାଜିଲର ପ୍ରଫେସର ଗିଲଭାନ ମୁଲର ଯୋଗ ଦେଇ ଭାଷା, ସଂସ୍କୃତି, ଓ ଲିଖନୀ, ପରମ୍ପରା ଉପରେ ଆଲୋକପାତ କରିଥିବା ବେଳେ କଲିକତାର ପ୍ରଫେସର ନୀଳାଦ୍ରି ଶେଖର ଦାଶ ଯୋଗ ଦେଇ ଭାଷାର ପ୍ରଚାର, ପ୍ରସାର, ବ୍ୟବହାର, ସମସ୍ୟା ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଗୀତାଞ୍ଜଳି ଦାଶ କହିଥିଲେ ଭାଷାରେ ପରିବର୍ତନ ରହିଛି ଏବଂ ତାହାସହ ସଂଶୋଧନ କରିବା ସବୁ ଭାଷାକୁ ଗୁରୁତ୍ୱ ଦେବାକୁ କହିଥିଲେ। ପରେ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର କରି ଉଭୟଙ୍କ ମଧ୍ୟରେ ଆଦାନ ପ୍ରଦାନ କରିଥିଲେ। ଏହି ଚୁକ୍ତି ବେଳେ କଲିକତା ପକ୍ଷରୁ ପ୍ରଫେସର ଦାଶ, ବ୍ରାଜିଲ ପକ୍ଷରୁ ଗିଲଭାନ ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଭାଷା ବିଜ୍ଞାନ ବିଭାଗର ସଂଯୋଜକ ଡ଼. ମେଣ୍ଡମ ବାପୁଜୀ,ସଂଯୋଜକ ଡ଼. ସଦାନନ୍ଦ ନାୟକ, ସିଡ଼ିସି ନିର୍ଦ୍ଧେଶକ ପ୍ରଫେସର ସୁକାନ୍ତ ତ୍ରିପାଠୀ, ଆଇ କ୍ୟୁ ଏସିର ଯୁଗ୍ମ ନିର୍ଦ୍ଦେଶକ ଡ଼. ଲକ୍ଷ୍ମୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories