ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼; ଭାରତଠୁ ଶୋଚନୀୟ ପରାଜୟ ପରେ କ୍ରୀଡ଼ାମନ୍ତ୍ରୀଙ୍କ ପଦକ୍ଷେପ

କଲମ୍ବୋ: ବିଶ୍ବକପରେ ଭାରତଠାରୁ ଲଜ୍ଜାଜନକ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼। ଦଳର ଖରାପ ପ୍ରଦର୍ଶନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନସ୍ବରୂପ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ରୋଶନ ରଣସିଂଘେ ସୋମବାର କ୍ରିକେଟ୍‌ ବୋର୍ଡ଼କୁ ବରଖାସ୍ତ କରିଛନ୍ତି। ଏଥିସହିତ ରଣସିଂଘେଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଦେଶର ୧୯୯୬ ବିଶ୍ବକପ୍ ବିଜୟୀ ଦଳର ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ନୂଆ ମଧ୍ୟବର୍ତ୍ତୀକାଳୀନ ବୋର୍ଡ଼ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବୟାନ ଅନୁଯାୟୀ, କ୍ରୀଡ଼ାମନ୍ତ୍ରୀ ଶ୍ରୀଲଙ୍କା କ୍ରିକେଟ୍ ପାଇଁ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି। ନୂଆ ସାତଜଣିଆ ପ୍ୟାନେଲରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏବଂ ବୋର୍ଡର ଜଣେ ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ସଚିବ ମୋହନ ଡି ସିଲ୍‌ଭା ଇସ୍ତଫା ଦେବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ବିଶ୍ବକପରେ ୭ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି ଶ୍ରୀଲଙ୍କା ଦଳ।

Comments are closed.