www.samajalive.in
Monday, December 15, 2025
15.1 C
Bhubaneswar

୨୭.୫୦ଟଙ୍କାରେ ମିଳିବ ଭାରତ ଅଟା

ଭୁବନେଶ୍ବର: ଅଟା ଦର ବଢି ଚାଲିଛି। ଖୁଚୁରା ଦୋକାନରେ ଅଟା କିଲୋଗ୍ରାମ ପିଛା ୪୦ରୁ ୪୫ ଟଙ୍କା ଦରରେ ବିକ୍ରି କରାଯାଉ ଥିବାବେଳେ ବଡ ମଲ୍ଗୁଡିକରେ ପ୍ୟାକେଟ୍ ଅଟା କିଲୋପିଛା ୪୮ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି। ଅଟା ୧ କିଲୋ କିଣିବା ଗରିବ, ନିମ୍ନମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ପରିବାର ପାଇଁ କଷ୍ଟ ହେଉଛି। ଲୋକଙ୍କୁ କମ ଦାମରେ ଅଟା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ତିନୋଟି ଏଜେନ୍ସି ଦ୍ବାରା ‘ଭାରତ ଅଟା ବ୍ରାଣ୍ଡ’ରେ ଖୋଲା ବଜାରରେ ଅଟା କିଲୋ ପିଛା ୨୭ ଟଙ୍କା ୫୦ ପଇସାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ମହାପ୍ରବନ୍ଧକ ବନୋଥ ପ୍ରେମ୍ ସିଂହ ଏହି ସୂଚନା ଦେଇଛନ୍ତି।

https://samajalive.in/thursday-horoscope-34/509388.html

- Advertisement -

ଓଡ଼ିଶାରେ ଥିବା ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଏନ୍ସିସିଏଫ୍ ଏଜେନ୍ସିକୁ ସାପ୍ତାହିକ ୨.୫ ଲକ୍ଷ ମେଟ୍ରିକ ଟନ ଗହମ କିଲୋଗ୍ରାମ ପିଛା ୨୧ଟଙ୍କା ୫୦ ପଇସା ହିସାବରେ ଯୋଗାଇ ଦିଆଯିବ। ଏଜେନ୍ସିଗୁଡିକ ଗହମକୁ ପ୍ରକ୍ରିୟାକରଣ କରି ଭାରତ ଅଟା ବ୍ରାଣ୍ଡରେ ଅଟା କିଲୋଗ୍ରାମ ପିଛା ୨୭ଟଙ୍କା ୫୦ ପଇସାରେ ଖୋଲା ବଜାରରେ ବିକ୍ରି କରିବେ। ଏଜେନ୍ସିଗୁଡିକ ନିର୍ଦ୍ଧାରିତ ଦରରୁ ଗୋଟିଏ ଟଙ୍କା ଗ୍ରାହକଙ୍କ ପାଖରୁ ଅଧିକ ମୂଲ୍ୟ ନେଇପାରିବେ ନାହିଁ। ନାଫେଡ୍, କେନ୍ଦ୍ରୀୟ ଭଣ୍ଡାର ଏବଂ ଏନ୍ସିସିଏଫ୍ ଦୋକାନ ଗୃହ କମ ଥିବାରୁ ଖୋଲା ବଜାରରେ ଲୋକଙ୍କୁ ଭାରତ ଅଟା ଉପଲବ୍ଧ କରାଇବା ପାଇଁ ଏଜେନ୍ସିଗୁଡିକ ଭ୍ୟାନ ମାଧ୍ୟମରେ ଅଟା ବିକ୍ରି କରିବାକୁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ କୁହାଯାଇଛି।

ଏଥିସହିତ ମଇଦା ଏବଂ ସୁଜି ଉପରେ କଳାବଜାର ହେଉଥିବା ଅଭିଯୋଗ ହେଉଥିବାରୁ ଖାଦ୍ୟ ନିଗମ ଏହା ଉପରେ ନଜର ରଖିଛି। ଦର ଉପରେ ପ୍ରତି ସପ୍ତାହରେ ସମୀକ୍ଷା କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ସାପ୍ତାହିକ ଖୋଲା ବଜାରରେ ୭ ହଜାର ମେଟ୍ରିକ ଟନ ଅଟା ବିକ୍ରି କରାଯାଉ ଥିବାବେଳେ ଗତ କିଛି ମାସ ହେବ ୧୦ ହଜାର ମେଟ୍ରିକ ଟନକୁ ବୃଦ୍ଧି କରାଯାଇଥିଲା। ଉପମହାପ୍ରବନ୍ଧକ ଅନୀଲ ଧିଲୋଁ ଓ ଉପମହାପ୍ରବନ୍ଧକ ଏସ୍ ସଞ୍ଜୀବ କୁମାର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories